ଜହ୍ନ
ଜହ୍ନ
ପୁରାଣ ବର୍ଣ୍ଣନା ଅନୁସାରେ ଚନ୍ଦ୍ର ବି କଳଙ୍କିତ
ଗୁରୁ ପତ୍ନୀ ଅପହରଣ ରେ ଅଭିଶନ୍ତ ଚନ୍ଦ୍ର
ପ୍ରତି ପ୍ରତିପଦାରେ ଜହ୍ନ ହୋଇ ଜନ୍ମ ନିୟନ୍ତି
ଏଇ ଅନ୍ଧକାର ମୟ ଆକାଶ ରେ।
ପ୍ରତିପଦା ଠାରୁ ଚନ୍ଦ୍ର ଆସ୍ତେ ଆସ୍ତେ
ବଡ଼ ହୋଇ,ତାରକା ମେଳରେ ଧୀରେ ଧୀରେ
ବଡ ହୋଇ ପୂର୍ଣ୍ଣିମା ଦିନ ହୋଇଥାନ୍ତି
ଏକ ଉଜ୍ଜ୍ୱଳ ଆଲୋକମୟ ଜ୍ୟୋତି ରାଶି
ଯାହାଙ୍କ ଜୋଛନାରେ ପୁଲକିତ ହୁଏ
ତନୁ ମନ, ଦୁଃଖ ସବୁ ଅପସରି ଯାଏ
ନବଦିଗନ୍ତର ଆଭାରେ ଉଦଭାସିତ ମନ୍ଦାକିନୀ
ର ଅନ୍ତରାଳରେ ଏକ ସୁନ୍ଦର ସାବଲୀଳ ଢଙ୍ଗରେ।
ଜହ୍ନ କିରଣରେ ପରିପୂର୍ଣ୍ଣ ସାରା ମୂଲକ
ହସୁଥାଏ ନାଲି ରଙ୍ଗର ଓଢଣୀ ସାଜି,
ନଦୀ ଚନ୍ଦ୍ରଙ୍କ ଅବକ୍ଷୟର ଅବସ୍ଥାରେ
କଥା କୁହେ ଚୁପି ଚୁପି ପ୍ରିୟତମା ସାଜି
ତା ସ୍ରୋତର ଉଜାଣି ଧାରରେ।
ଜହ୍ନ ଜନ୍ମ ଦିବସ କୁ ସ୍ଵାଗତ ଜଣାଏ ବି
ଏ ଜୀବଜଗତ ଖୁସିର ଭଉଁରୀ ଭିତରେ
ରାତ୍ରିର କଳା ପ୍ରହରରେ ଠିକ୍ ଜହ୍ନ
ତାର କିରଣ ଢାଳି ଆକାଶ ରେ
ଉଦୟମାନ ବେଳରେ।