ପ୍ରାଣ ନିଜର
ପ୍ରାଣ ନିଜର
ଆଜି ଶବ୍ଦ ସବୁ ହତାଶ
କାଗଜକୁ ସ୍ପର୍ଶ ପାଇଁ ବି ବୀତସ୍ପୃହ
ନୀରବତା ର ଘୋଡ଼ଣି ଭିତରେ
ବ୍ୟଥାକୁ ଚାପି ରଖି ନୀରବ ମୁଦ୍ରାରେ।
ବିନା ଦ୍ବିଧାରେ
ସବୁକିଛି ଖୋଲା କଥା,ବିନା ସର୍ତ୍ତରେ
ଠିକ୍ ଥିଲା ଶବ୍ଦର ପରିପ୍ରକାଶ
ବୋଧେ କିଛି ବିରକ୍ତ ଭାବନାରେ
ଶବ୍ଦ ସବୁ ବିରକ୍ତ ସ୍ଥିତିରେ।
ପରିଚିତ ଶବ୍ଦ ସବୁ
ନୀରବତା ର କାରଣ ଖୋଜୁଛି
ଅର୍ଥ ଖୋଜି ବି ପାଉନି
କହି ପାରୁ ନାହିଁ,ନୀରବ ପଛର କାରଣ।
ଏକ ପ୍ରାର୍ଥନା ଭାବରେ
ମୋ ଭିତରେ ଯାହା ଜାଗ୍ରତ ଥିଲା
ଏବେ ଶୋଇ ରହିଛି,ସତେ କି ଏକ ପରମ୍ପରା।
ବୋଧେ ବିରକ୍ତ ହୋଇଛି
ମୋ ଭିତର ପ୍ରାଣ
ପ୍ରେମରେ ଧୋକା ପରି
ମୋ ପ୍ରତି ଅବିଶ୍ବାସ।
ଏ ଚଳନ୍ତି ଦ୍ୱିଧା ର ସମାଧାନ
ହେବ ବା କେମିତି !
କିଛି କିଛି ଯାହା ବି ବୁଝିଛି
କିପରି ବୁଝାଇ ହେବ ନିହାତି ନିଜକୁ !
ଶବ୍ଦର ନୀରବତା ରୁ ଅନୁମେୟ
ଯେପରି ଜୀବନର ଏକ ଚରିତ୍ର ନିଖୋଜ
ଯେପରି ମୋ ଭିତରେ କିଏ ଭାଙ୍ଗି ପଡ଼ିଛି।