ଭାଗବତ ଟୁଙ୍ଗିରେ ଭାବ ବିନିମୟ
ଭାଗବତ ଟୁଙ୍ଗିରେ ଭାବ ବିନିମୟ
ଭାଗବତ ଟୁଙ୍ଗି ଗ୍ରାମ୍ୟ ଜୀବନର
ଏକ ଆଧ୍ୟାତ୍ମିକ ସ୍ଥଳୀ
ସାଂସ୍କୃତିକ ସାମାଜିକ ପ୍ରାଣ କେନ୍ଦ୍ର
ଏକତା ସୂତ୍ରରେ ମେଳି
ଭାଗବତ ଶାସ୍ତ୍ର ପଠନ ର ସ୍ଥଳୀ
ଟୁଙ୍ଗି ନାମରେ ବିଦିତ
ଭାଗବତ ଟୁଙ୍ଗି ଉତ୍କଳରେ ପ୍ରାୟ
ପ୍ରତି ଗ୍ରାମେ ପରିଚିତ
ଶ୍ରୋତାଙ୍କ ଗହଣେ ଭାଗବତ ପାଠ
ଶ୍ରୋତା ବକ୍ତା ଅନ୍ୟ ଅର୍ଥେ
ପଠନ ସହିତ ଭାବାର୍ଥର ବ୍ୟାଖ୍ୟା
ଶ୍ରୋତା ମଧ୍ୟେ ସରଳାର୍ଥେ
ନିତି ଦିନ ସନ୍ଧ୍ୟା ହେଲେ ଉପଗତ
ଚଳ ଚଞ୍ଚଳ ଟୁଙ୍ଗିରେ
ପୁରାଣ ପଠନ ଭଜନ କୀର୍ତ୍ତନ
ଭକ୍ତି ଭାବ ସହକାରେ
ଅତିବଡ଼ି ଜଗନ୍ନାଥ ଦାସ ଦ୍ଵାରା
ନବାକ୍ଷରରେ ରଚିତ
ସରଳ ଓଡ଼ିଆ ଭାଷାରେ ପୁରାଣ
କୃଷ୍ଣଙ୍କ ଦିବ୍ୟ ଚରିତ
ପୁରାଣ ପଣ୍ଡା ଅବା ପଠନ କାରୀ
ନିଗୂଢ଼ ଭାବ କ୍ରମରେ
ଶ୍ରୋତା ସହ ହୁଏ ଭାବ ବିନିମୟ
ଶାସ୍ତ୍ର ଜ୍ଞାନ ଆଧାରରେ
ସର୍ବ ଶାସ୍ତ୍ର ସାରତତ୍ତ୍ଵ ସର୍ନିବିଷ୍ଟ
ଧର୍ମ ଶାସ୍ତ୍ର ଭାଗବତ
ବେଦ କଳ୍ପତରୁ ପକ୍ବ ଫଳ ସମ
ଜ୍ଞାନ ବିଜ୍ଞାନ ନିହିତ
ଭାବ ଜ୍ଞାନ ତତ୍ତ୍ଵ ବୈରାଗ୍ୟ ମାର୍ଗର
ଅନନ୍ୟ ମାର୍ଗ ଦର୍ଶକ
ଭଗବାନଙ୍କର ସାକ୍ଷାତ ସ୍ବରୂପ
ଅର୍ଜ୍ଜନେ ଜୀବ ସାର୍ଥକ
ସକାମ ନିଷ୍କାମ ଭକ୍ତିର ସ୍ବରୂପ
ପରମହଂସ ସଂହିତା
ସୃଷ୍ଟି ରହସ୍ୟର ଚରିତ ବର୍ଣ୍ଣନ
ସାଧୁ ସନ୍ଥଙ୍କର ପନ୍ଥା
ଜୀବନ ଦର୍ଶନ ଗ୍ରନ୍ଥ ଭାଗବତ
ବ୍ରହ୍ମ ସୁତ୍ରର ଦ୍ୟୋତକ
ନିତ୍ୟ ପଠନ ରେ ପ୍ରେରଣା ସମ୍ଭବ
ଭବ ଭୟ ନିବାରକ
ସତ୍ୟ ଧର୍ମ ମୁକ୍ତି ପଥ ପ୍ରଦର୍ଶକ
ଭାଗବତ ଆଦିମୂଳ
ବେଦ ମଧ୍ୟେ ସାର ମୋକ୍ଷ ବିଧାୟକ
ଆତ୍ମ କଲ୍ୟାଣ ର ମୂଳ
ସତ୍ତ୍ଵ ଜ୍ଞାନ ଦିବ୍ୟ ଭାବ ପ୍ରବର୍ତ୍ତକ
ଭାଗବତ ରସାତ୍ମକ
ମୋହ ମାୟା ଷଡ ରିପୁ ବିନାଶକ
ଜନ୍ମ କର୍ମ ନିୟାମକ
ଜୀବନ ଦର୍ଶନ ସମ୍ବଳିତ ତଥ୍ୟ
ଭାଗବତ ରେ ଗୁରୁତ୍ଵ
ଆତ୍ମ ସମୀକ୍ଷା ଓ ଆତ୍ମ ନିୟନ୍ତ୍ରଣ
ସୁତ୍ର ରହିଛି ନିହିତ
ଜୀବନ ଯୁଦ୍ଧ ରେ ସଂଘର୍ଷ ବ୍ୟାପକ
ଅସ୍ତ୍ର ରୂପେ ଭାଗବତ
ଆତ୍ମ ବିଶ୍ଳେଷଣ ଉପାଦାନ ସହ
ଆତ୍ମା ହୁଏ ବିକଶିତ
ଆତ୍ମା ଆଉ ପରମାତ୍ମା ସମ୍ବନ୍ଧୀୟ
ଯୋଗ ସାଧନାର ମନ୍ତ୍ର
ଭାଗବତ ବାଣୀ ଆଧାରରେ ସୁତ୍ର
ସହଜେ ହୁଅଇ ପ୍ରାପ୍ତ
ଭାଗବତ ନୁହେଁ କେବଳ ପଠନ
ବରଂ ସାଧନ ଜରୁରୀ
ମଣିଷ ହୃଦୟେ ଆତ୍ମ ବା ବିବେକ
ଶ୍ରେଷ୍ଠ ଗୁରୁ ସର୍ବୋପରି
ଗୁରୁ ଗ୍ରହଣ ଆଉ ଜ୍ଞାନ ଆହରଣ
ଭାଗବତରେ ନିଦାନ
ନିଜ ଆତ୍ମା ଅଟେ ସର୍ବ ଶ୍ରେଷ୍ଠ ଗୁରୁ
ଆତ୍ମ ଦର୍ଶନ ବିଧାନ
କଳି ରେ ଅମୋଘ ଅସ୍ତ୍ର ଭାଗବତ
ଆତ୍ମ ବିଶ୍ଳେଷଣ ଗ୍ରନ୍ଥ
ଭକ୍ତ ଭଗବାନ କଥା ଓ ସାଧନା
ମନ୍ତ୍ର ରହିଛି ନିହିତ
ଶୃଙ୍ଖଳିତ ଜୀବନରେ ଭାଗବତ
ଦିଏ ନୂତନ ଚେତନା
ଜୀବନ ସାଗର ଉତ୍ତାଳ ଢେଉ ରେ
ଭାଗବତ ହିଁ ପ୍ରେରଣା
ପବିତ୍ର ପାବନ ଶାସ୍ତ୍ର ଭାଗବତ
ହେଉ ପଠନ ଶ୍ରବଣ
ଜ୍ଞାନ ଭକ୍ତି ଧ୍ୟାନ ଯୋଗ ମାର୍ଗ ବଳେ
ଆତ୍ମ ହେଉ ବିଶ୍ଳେଷଣ
ଭାଗବତ ଟୁଙ୍ଗି ପ୍ରାଚୀନ ଉତ୍କଳେ
ପ୍ରତି ଗ୍ରାମେ ଥିଲା ପ୍ରାୟ
ସାମାଜିକ କଥା ପରିବାର ଦ୍ଵନ୍ଦ
ସବୁ ହେଉଥିଲା ଥୟ
ବହୁ ବିଧ କାର୍ଯ୍ୟ ହୁଏ ସମ୍ପାଦନ
ଭାଗବତ ଟୁଙ୍ଗି ଘରେ
ପ୍ରାୟ ଗ୍ରାମ୍ୟ କୋଠ ଘର ବ୍ୟବହୃତ
ସର୍ବବିଦ୍ଧ କାର୍ଯ୍ୟ ଭାରେ
ଗ୍ରାମ୍ୟ କୋଠ ଘରେ ଭାଗବତ ଟୁଙ୍ଗି
ହେଉନି ଦୃଷ୍ଟିଗୋଚର
ସରକାରୀ ଅନୁଦାନ ପ୍ରାପ୍ତ ପରେ
କ୍ରମଶଃ ପୁନରୁଦ୍ଧାର
ଓଡ଼ିଶାର ସଂସ୍କୃତି ଓ ପରମ୍ପରା
ଭାଗବତ ଟୁଙ୍ଗି ରହୁ
ଭାବ ଗତ ଭାବ ବିନିମୟ ସହ
ଭକ୍ତି ଭାବ ଜାତ ହେଉ ।।
