Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ହେ ଦେବୀ ପ୍ରଣାମ

ହେ ଦେବୀ ପ୍ରଣାମ

1 min
158



ପାଦପଦ୍ମେ କୋଟି କୋଟି ଦଣ୍ଡବତ 

ହେ ଦେବୀ ପ୍ରଣାମ

ଅବତର କୃପାମୟୀ ପବିତ୍ର ପାର୍ବଣେ

କର ମାଆ ପରିତ୍ରାଣ ଜଗତ କଲ୍ୟାଣ ।

ବୈଷ୍ଣବୀ ମା ମହାଶକ୍ତି

ସନାତନୀ ଅକ୍ଷରା ପ୍ରକୃତି

ବ୍ରହ୍ମମୟୀ ବିରଜା ମା ମହାସତୀ

ବସୁମାତା ଲକ୍ଷ୍ମୀ ସରସ୍ବତୀ 

ସିଂହପୃଷ୍ଠେ ଆବିର୍ଭୂତା 

ଦରଶନ ଦିଅ ମାଆ 

ଭଗବତୀ ଜନନୀ ଶାଶ୍ବତୀ ।

ଅରପି ଭକ୍ତି ନୈବେଦ୍ୟ ସର୍ବହରା

ରାଜନ ସୁରଥ

ସୁଦୟାରୁ ପୂର୍ଣ୍ଣ ହେଲା ମନସ୍କାମ 

ପୁରାଣେ ବର୍ଣ୍ଣିତ

ଶ୍ରୀରାମଙ୍କ ଅକାଳବୋଧନେ

ପ୍ରୀତ ହୋଇ ବିଜୟଶ୍ରୀ କରିଛ ମଣ୍ଡିତ,

ସନ୍ତୋଷି ତୁମକୁ ଦେବୀ ପରମ ଈଶ୍ୱରୀ

ସାରଥି ହୋଇ ଶ୍ରୀକୃଷ୍ଣ 

କୁରୁକ୍ଷେତ୍ର ଯୁଦ୍ଧେ

ଅହଂକାରୀ କୌରବଙ୍କୁ ପାରିଲେ ସଂହାରୀ ।

ଛତ୍ରପତି ମହାରାଜ ସମ୍ରାଟ ଶିବାଜୀ

ମାତା ଭବାନୀଙ୍କୁ ସ୍ମରି

ଅରାତି ଦୁଷ୍ଟଙ୍କ ବକ୍ଷ ଚିରି ଓ ବିଦାରି

ଦେଶପ୍ରେମ ମହାଦୀପ

ଦେଇଥିଲେ ଜାଳି ।

ସଂହାରିଛ ମହାଦୈତ୍ଯ ମଧୁ ଓ କୈଟଭ

ଦୁଷ୍ଟମତି ଚଣ୍ଡ ମୁଣ୍ଡ ମହିଷ ରାବଣ

ସବିନୟ କରୁ ନିବେଦନ 

ଅଭୟଦାୟିନୀ ଦୁର୍ଗେ ଶରଣାଗତଙ୍କୁ ରଖ

ସଦବୁଦ୍ଧି ଦିଅ ଦିବ୍ଯଜ୍ଞାନ 

ନାଶ ଭବ ତିମିର ଅଜ୍ଞାନ ।

ପାର୍ବଣର ଶୁଭ ଅବସରେ

ପୁଲକିତ ଧରାପୃଷ୍ଠ ପୁରପଲ୍ଲୀ

ଗାଁ ଠୁ ସହର ,

ଉପଚାର ଷୋଡଶ ବିଧିରେ

ଭକ୍ତ କରେ ପୂଜା ଅରଚନା,

ସ୍ଥାପି ତୁମ ଘଟମୂର୍ତ୍ତି ମୃଣ୍ମୟୀ ପ୍ରତିମା

ଅକିଞ୍ଚନ ତୋ ସନ୍ତାନ 

ସମର୍ପୁଛି ଖଡ୍ଗ ବର୍ଚ୍ଛା ଭକ୍ତି ନିଷ୍ଠା

ଶବ୍ଦାୟୁଧ ସରଞ୍ଜାମ ସାଜ,

ସମୁଜ୍ଜ୍ୱଳ ମହାଶକ୍ତି ସୃଜନତା

ସଦ୍ଭାବନା ଚେତନା ପ୍ରେରଣା

ଆହ୍ୱାନ କରୁଛୁ ଦେବୀ

କୃପାବହି ଢାଳିଦିଅ ମଙ୍ଗଳ ଆଶିଷ

ଭରି ଉଠୁ ପ୍ରତିପ୍ରାଣେ ସଫଳତା

ଆନନ୍ଦ ଉଲ୍ଲାସ ।



Rate this content
Log in

Similar oriya poem from Classics