ପ୍ରଳାପ
ପ୍ରଳାପ
ଜୀବନଟା କେବେ ବିପର୍ଯ୍ୟସ୍ତ
ଜୀବନଟା କେବେ ଅଭିଶପ୍ତ
ଏଠି ଆଶା ଅସୁମାରୀ
ସମୟର ତାଡନାରେ ସମୟ ଅଭାବ
ମାନବଟା ଯନ୍ତ୍ରଟିଏ ସିନା
ହେଲେ ଏଠି ସୁଯୋଗ ପର୍ଯ୍ୟାପ୍ତ
ହେଲେ ବନ୍ଧୁ
ରାଜନୀତିର ପଶାପାଲିରେ
ମଣିଷ ଖୁବ୍ ଧୁରୀଣ ଆଉ ବିଶାରଦ ।
ଗଛର ଛାଇ
ମଣିଷର ହାଇ ଭଳି
ଏଠି ମାନବବାଦର ପଡେ ଯବନିକା,
ଜନମରୁ ଜମନକିରା
ମୃତ୍ୟୁ'ର ପତିଆରା
ଏଠି ଡାକ୍ତର ରୋଗିଣା
ଆଉ ଶିକ୍ଷକ ମୁରୁଖ
ଅନ୍ଧ ରାଇଜରେ ଡାକପଡେ
ଆଇନାରେ ଦେଖିବାକୁ ମୁଖ
ଏଠି ସବୁ ସ୍ବାର୍ଥପର-ଅଲୋଡ଼ା ବିବେକ
ବଦନାମ ଗଳିର ଚାଟୁକାର
ଅଭଦ୍ର କାମୁକ ।
ଜନମରୁ ଜମନକିରା
ଜୀବନେ ଜୀବିକା
ସ୍ବପ୍ନ ବିଳାସୀ ମଣିଷର
ଦମ୍ଭ ଭାଙ୍ଗେ
ସ୍ବପ୍ନ ହଜେ
- ଅପାସୋରା ଛଳନାର ରାସ୍ତା,
ସବୁ ମିଳେ ଫୁଟପାଥ୍ ପରେ
ସୁଖ ଭୋଗ
ପୁଳା ପୁଳା ଟଙ୍କା
ହେଲେ ବନ୍ଧୁ ମିଳେନା ବିବେକ
ଅପ୍ରିୟ ସତ୍ଯର ପ୍ରଳାପ
ମଣିଷପଣିଆ ପରା ଶସ୍ତାରେ ହୀନସ୍ତା ।
ଦୋଷୀ କିଏ ?
କାହାକୁ ବା' ଦୋଷ ଦେବା କୁହ ?
ନରୋତ୍ତମ ଦାସ କୁହେ ଭାଇ
ଏଠି କୋଉ ଶଳା ସଚ୍ଚା ନୁହଁ ।