STORYMIRROR

Prafulla Kumar Tripathy

Classics

4  

Prafulla Kumar Tripathy

Classics

ମୁଁ ସେହି ନାରୀ

ମୁଁ ସେହି ନାରୀ

1 min
251

ସୃଷ୍ଟିର ପ୍ରଥମ ଅବଦାନ

ମୋ ଗର୍ଭରେ ଥିବା ସନ୍ତାନ

ଏନ୍ତୁଡିଶାଳରେ ଦେଖେ

ଦୁନିଆର ପ୍ରଥମ ଆଲୋକ l

ମୋ ଚୁମ୍ବନର ହସ

ଖେଳିଯାଏ ତା ଓଠରେ

ମୋର ଅମୃତ ପାନକରି

ତା ଶରୀର ହୁଏ ବଜ୍ର l

ମୁଁ ପତିର ସହଧର୍ମଣି

ଉଚିତ ଅନୁଚିତ ମାର୍ଗରେ

ଆମେ ଦୁହେଁ ହାତକୁ ହାତ

ମିଳେଇ ଚାଲିଥାଉ

ସଂସାରର ରାସ୍ତାରେ l

ମୁଁ ଚାହେଁ ପତିର ପ୍ରେମ

ସର୍ବଦା ଶ୍ରଦ୍ଧାର ବଚନ

ମୁଁ ଚାହେଁ ମୋ ସନ୍ତାନର ସୁରକ୍ଷା

ମୋ ପଣତ କାନିରେ ରହିଛି

ଦୟା କ୍ଷମା ଶହନ ଶୀଳତା

ସେଥିପାଇଁତ ମୁଁ ହେଲି ନାରୀ l

ଜଣେ ଶୁଭ ମନାସୁ ଥିବା

ସୁଖ ଦୁଃଖରେ ସାଥି ହୋଇଥିବା

ଭାଇର ଭଉଣି ହେଉଛି ମୁଁ

ସେଥିପାଇଁ ସାକ୍ଷୀ ମୋରହୁଏ ରାକ୍ଷୀ l

ମୁଁ ସେହି ଆଜିର ଆଧୁନିକ ନାରୀ

ସମାଜରେ ଉପକ୍ଷିତ ହେଲେବି

ମୁଁ ସେହି ସୀତା ମୁଁ ସାବିତ୍ରୀ

ହେଲେ ଆଧୁନିକ ସମାଜରେ

ମୋର ଇଛ୍ଥା ନିର୍ଲପ୍ତ 

ହେଲେ ମୁଁ ପାଶାଣ 

ଆକାଶ ପରି ହୃଦୟ ମୋହର

ମୁଁ ସୃଷ୍ଟି କରିପାରିଛି ମୋ ସ୍ଥାନ l

ଦଶମାସ ଗର୍ଭରେ ବାନ୍ଧି ଦେଇଛି

ଆଜି ସମଗ୍ର ବିଶ୍ବକୁ

ନାରୀ ମନକୁ ବୁଝିବ ଦରକାର

ଏ ନାରୀବିନା ସୃଷ୍ଟିପରା ଅସମ୍ଭବ ll


Rate this content
Log in

Similar oriya poem from Classics