Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ଭାଷା ମାଫିଆ

ଭାଷା ମାଫିଆ

1 min
225


ଆଜି ପଡିଛି ବନ୍ଧା ମହାର୍ଘ ଭାଷା ସାହିତ୍ୟ ମୋହର

କତିପୟ କ୍ଷମତାସୀନ ପ୍ରତିଭାହୀନଙ୍କ ହାତରେ

ଅର୍ଥର ମହୁଆ ମୋହରେ ହୋଇ କବଳିତ ନିୟନ୍ତ୍ରିତ

ମାଛକୁ ଭଜୁଛନ୍ତି ମାଛରୁ ନିର୍ଗତ ଉଦବୃତ୍ତ ତୈଳରେ।


ଅର୍ଥ ପିପାସୁ ସୌଦାଗର ସାଜି ମହାମାନ୍ଯ ପଣ୍ଡିତ

ସଭାସମିତି ଉତ୍ସବାନୁଷ୍ଠାନରେ କରେ ପୌରହିତ୍ୟ

ଦର୍ପରେ ଆତ୍ମ ପ୍ରଚାରର ବଜାଇ ଡିଣ୍ଡିମ ଚଉଦିଗେ

ଶାସକବର୍ଗ କବଳିତ ଏହି ମାଫିଆଙ୍କ ତୋଷାମଦେ।


କୂପମଣ୍ଡୁକର ଜଗତ ଦର୍ଶନ ରୀତିରେ କରୁଛି ଉନ୍ନତି

ଆମର ଭାଷା ସାହିତ୍ୟ ସର୍ଜନ ଦର୍ଶନ ପ୍ରକାଶନ ସଂସ୍କୃତି

ପ୍ରତିଭାଧର ଯେତେ ଏ ବିଷ ବଳୟେ ପଡନ୍ତି ଝାଉଁଳି

ଯଶ କାଙ୍ଗାଳ ମାନପତ୍ର ପ୍ରାପ୍ତି ଲାଗି ହୁଅନ୍ତି ବାଉଳି।


ସାହିତ୍ୟ ବି କାଳେ ଆଜିକାଲି କରୁନାହିଁ ସମାଜର ହିତ ସାଧନ

ନାନାଦି ଗୋଷ୍ଠୀରେ ବିଭକ୍ତ ମହାମାନ୍ଯ ବରିଷ୍ଠ ସାହିତ୍ୟିକଗଣ

ରଚନାରେ ପ୍ରେମ ପ୍ରଣୟ ପ୍ରତାରଣାର ଅବାଞ୍ଛିତ ଅବତାରଣା

ଭାଷା ଭାବ ଜ୍ଞାନର ଅଭାବେ ସାଧକ ହେଉଛନ୍ତି ବାଟବଣା।


ଚାଲିଅଛି ଅର୍ଥ ବିନିମୟରେ ଚାଟୁକାରଙ୍କ ପ୍ରଶସ୍ତି ଗାୟନ

ଅର୍ଥର ଆଧାରରେ ହେଉଛି ପୁଣି ଏଠି ପୁରସ୍କାର ପ୍ରଦାନ

ଧନପତି ବଳିଷ୍ଠର ଏଠି ହୁଏ ବହୁ ଆଡମ୍ବରରେ ଗୁଣଗାନ

ହେ ସାଧୁ! ସାହିତ୍ୟ ସଭା ସମ୍ପାନକୁ ଦୂରୁ ରୁହ ସାବଧାନ।


Rate this content
Log in

Similar oriya poem from Abstract