STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବିଜ୍ଞାନୀଙ୍କୁ ପଦେ

ବିଜ୍ଞାନୀଙ୍କୁ ପଦେ

1 min
217

ହେ ବିଶ୍ଵ ବିଜୟୀ ବିଜ୍ଞାନୀ!

ତୁମ୍ଭେ ବିଶେଷ ଜ୍ଞାନର ଅଧିକାରୀ

ଦୂରଦୃଷ୍ଟି ତୁମ୍ଭର ସୁଦୂରପ୍ରସାରୀ

ତୁମ୍ଭ ଜ୍ଞାନ ଗାରିମା ଉପଲବ୍ଧି ଉପାଧି 

ପାଶେ କରେ ମଥାନତ ମୁହିଁ ଅକିଞ୍ଚନ 

ତୁମ୍ଭ ଐଶ୍ଵର୍ଯ୍ୟ ପ୍ରତିପତ୍ତି ଧନ ଦଉଲତ

ଦେଖି ଦେଖି ସଭିଏଁ ଇର୍ଷା ପରାୟଣ 

ତୁମ୍ଭର ମସ୍ତିଷ୍କ ଏଇ ଅସୂୟାର କାରଣ। 


ଶୁଣୁଅଛି କାଳେ ତୁମ୍ଭେ ବାନ୍ଧିଲଣି ଶିଡ଼ି

ଚନ୍ଦ୍ରପୃଷ୍ଠକୁ ମଙ୍ଗଳ ଗ୍ରହକୁ ବସାଇବାକୁ 

ସେଠାରେ ଜନ ବସତି ଗଢିବାକୁ ଜନପଦ 

ଭଲକଥା ତୁମ କାରିଗରୀରେ ଏଇ ସବୁଜିମା 

ଭରା ପୃଥିବୀକୁ ବିଷର ଜ୍ଵାଳାରେ ଛାଡିଦେଇ 

ତୁମେ ଖୋଜୁଅଛ ସୁରକ୍ଷିତ ଗ୍ରହର ଆଶ୍ରୟ 

ଲଭିବାକୁ ଅମରତ୍ବ ଚିରକାଳ ରହିବ ଅଜର 

ଏଠିକାର ପ୍ରଦୂଷଣ ପରମାଣୁ ଯୁଦ୍ଧାସ୍ତ୍ର ପାଇଁ 

ତୁମ୍ଭର କି ସରିଗଲା ସକଳ କର୍ତ୍ତବ୍ୟ ।


ଆଉ ଏଠି ଆସୁନି ବସନ୍ତ କି କୋଇଲି ଗାଉନି ଗୀତ 

ଧୂ ଧୂ ନିଦାଘର ଦାବାନଳରେ ଜଳି ଯାଉଛି ଜୀବଜଗତ 

ପୃଥିବୀର ଏଇ ବିପର୍ଯ୍ୟୟ ପାଇଁ ଦାୟୀ କିଏ? 

ତୁମ୍ଭ ପାଣ୍ଡିତ୍ୟର ଉତ୍କୃଷ୍ଟ ପରାକାଷ୍ଠା ତ ଏଇ ଦୁର୍ଗତି 

ତୁମ୍ଭ ତାମସିକ ପରୀକ୍ଷା ନିରୀକ୍ଷା ଅର୍ଥ ଲୋଭ 

ପ୍ରତିପତ୍ତିର ମୋହ ତ ଏଇ ଦୁର୍ଗତିର ପ୍ରଧାନ କାରଣ 

କିପରି ଏଡ଼ାଇ ପାରିବ ଏଇ ଉତ୍ତରଦାୟୀତ୍ବକୁ ।


ଦେଖି କିଆଁ ପାରୁନ ତୁମ୍ଭେ ଏଇ ଭୂଗୋଲକର 

ଆର ପାର୍ଶ୍ବର ଅନ୍ଧାରୀ ଅପହଞ୍ଚ ମୂଲକ

ଯହିଁ କ୍ଷୁଧା ଜରା ବ୍ଯାଧି କରୁଛି ରାଜତ୍ବ

ଆଜି ବି ନାହିଁ ସେଠି ବଞ୍ଚିବାର ସାଧନ 

ଅନାହାର ମୃତ୍ୟୁର ଅପେକ୍ଷାରେ ସଢୁଛି ଜୀବନ 

ଯଦି ପାରୁନାହଁ କରି ଦୂର ଦୁର୍ଗତଙ୍କ ଦୁଃଖ

ତେବେ ତୁମ୍ଭ ପ୍ରଯୁକ୍ତି ବିଦ୍ୟା ଆଉ କେଉଁ କାମକୁ ।


Rate this content
Log in

Similar oriya poem from Abstract