STORYMIRROR

Kishore Nayak

Classics Inspirational

4  

Kishore Nayak

Classics Inspirational

ସୂର୍ଯ୍ୟ

ସୂର୍ଯ୍ୟ

1 min
364


ସୂର୍ଯ୍ୟ 

ସକଳ ଶକ୍ତିର ଆଧାର 

ଦିନନାଥ ଦିବାକର ସବିତା ଭାସ୍କର 

କେତେ ଯେ ନାମ ତାଙ୍କର 

ଦିନମଣି ସହସ୍ରାଂଶୁ ବିକର୍ତ୍ତନ ମିହିର 

ଚିର ବନ୍ଦିତ ଚିର ନମସ୍ୟ ସେ କୋଟି ହୃଦୟର ll


ସୂର୍ଯ୍ୟ 

ସେ ନିର୍ଲିପ୍ତ ନିର୍ବିକାର 

ତ୍ରିଗୁଣରହିତ ଆଦିତ୍ୟ ଭାନୁ ପ୍ରଭାକର 

ଉତ୍ତପ୍ତ ପ୍ରଜ୍ୱଳିତ ପିଣ୍ଡରୁ ମାର୍ତ୍ତଣ୍ଡ 

ଜୀବନ ଆଧାର ସେତ ଏ ଜୀବ ଜଗତର ll


ସୂର୍ଯ୍ୟ 

ଆଲୋକ ପ୍ରଚେତା ସେ ତ ରବି ଦିନକର 

ବିବସ୍ୱାନ ତପନ 

ପ୍ରକୃତିର ଏଇ ନୈସ୍ୱର୍ଗ କାନନେ 

ଅବିଶ୍ରାନ୍ତ ଅବାରିତ ସଦା ଉଜାଗର 

ବ୍ରହ୍ମମୟ ପ୍ରେମମୟ ଏ ସୁନ୍ଦର ସୃଷ୍ଟିର ll


ସୂର୍ଯ୍ୟ 

ସେ ସୃଷ୍ଟିର ସମ୍ଭାର 

ଅଂଶୁମାଳୀ ଆଦିଦେବ ବିଶ୍ୱ ବ୍ରହ୍ମାଣ୍ଡର 

ଚିର ସ୍ମରଣୀୟ ଚିର ବରଣୀୟ 

ଅଭିନନ୍ଦନୀୟ ସେ ପରମ ଆସ୍ଥାର ll


ସୂର୍ଯ୍ୟ 

ଅସ୍ତମିତ ରଶ୍ମି ମତେ ଭବ୍ୟ ଗୋଧୂଳିର 

ଅନବଦ୍ୟ ସୃଷ୍ଟି ସେ ତ ବିଚିତ୍ର ସୃଷ୍ଟିର 

ଚରମ ଆଦର୍ଶ ସେ ତ ଜୀବ ମାନସର 

ପରମ ବିସ୍ମୟ ଏଇ ଅନିନ୍ଦ୍ୟ ବିଶ୍ୱର ll


ସୂର୍ଯ୍ୟ 

ପରମ ପୂଜ୍ୟ ସେ ତ ଆସ୍ଥା ବିଶ୍ୱାସର 

ସତ୍-ଚିତ୍-ଆନନ୍ଦ ସେ ଜୀବନ ଯାତ୍ରାର

ସୃଷ୍ଟିର ରକ୍ଷଣେ ସେ ତ ଜାଗ୍ରତ ଭାସ୍ୱର 

ପ୍ରାତଃ ପୟୋଧିରେ ତାଙ୍କୁ କୋଟି ନମସ୍କାର ll



Rate this content
Log in

Similar oriya poem from Classics