STORYMIRROR

Satyabati Swain

Classics

4  

Satyabati Swain

Classics

ବିଶ୍ବେ ଅଦ୍ଵିତୀୟ

ବିଶ୍ବେ ଅଦ୍ଵିତୀୟ

1 min
330

ଏ ସାରା ଭାରତ ଆମରି ଘର

     ସବୁ ଭାରତୀୟ ଆମ ଭାଇ

ମହାନ ଏଇ ଭାରତ ଆମର

     ଆସ ଏକ ତାନେ ଯିବା ଗାଇ।


ସ୍ୱାର୍ଥକୁ ଆହୁତି ଦେବା ଆସରେ

         ମାଟି ମାଆ ପାଇଁ ଦେବା ପ୍ରାଣ

ପରସ୍ପରର ଭାଇ ଚାରା ନେଇ

       ରଖିବାରେ ଦେଶ ଦଶ ମାନ ।


ବିକାଶ ପଥେ ଉନ୍ନତି ରଥେ

        ରଥୀ ହେବାରେ ସରବେ ଆସ

ବିଜୟ ଧ୍ଵଜା ବିଶ୍ୱରେ ଉଡାଇ

          ଉଚ୍ଚା କରିବା ଆମରି ଦେଶ।


ମଇଁଷି ଶିଙ୍ଘ ଫଟା ସିନା ବନ୍ଧୁ

      ଯୁଝିଲା ବେଳକୁ ହୁଏ ଗୋଟା

ଭିନ୍ନ ଭାଷା ବେଶ ଚଳଣି ସତ

       ଗୋଟିଏ ସୂତାରେ ଆମେ ଗୁନ୍ଥା।


ଆମେ ଭାରତୀୟ ବିଶ୍ବେ ଅଦ୍ଵିତୀୟ

      ଏହି ଆମରି ବଡ଼ ପରିଚୟ

ଆସ ଭାରତୀୟ ଆସ ଏକା କଣ୍ଠେ

      କହିବା ଜୟ ଭାରତ ଜୟ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics