STORYMIRROR

samhita jena

Classics

4  

samhita jena

Classics

ସଂସ୍କୃତି

ସଂସ୍କୃତି

1 min
346

କଳାର ଉତ୍କର୍ଷ ଉତ୍କଳ ପ୍ରଦେଶ

କୋଣାରକ ମୁକ ସାକ୍ଷୀ

ପଥର ଲଳନା ସାଜି ନୃତ୍ୟାଙ୍ଗନା

ମନ୍ଦିରେ ଶୋଭା ପାଆନ୍ତି।


ନିହାଣ ମୁନରେ କଳା କୁଶଳତା

ଚକିତ କରେ ବିଶ୍ୱକୁ

ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଏକ ଆଶ୍ଚର୍ଯ୍ୟ ଏ

ଶିଖର ଛୁଏଁ କଳାକୁ।


ବିସ୍ତୃତ ସାଗର ଜଳରାଶି ଡେଇଁ

ଶ୍ରୀକ୍ଷେତ୍ରେ ପହଞ୍ଚେ ମନ

ଶକ୍ତି ସଞ୍ଚାରିତ ହୁଅଇ ପ୍ରାଣରେ

ଦେଖି ମୋ କାଳିଆ ଧନ।


ଚନ୍ଦ୍ର,ସୂର୍ଯ୍ୟ ପରି ଆଖି ଦୁଇ ତାର

ନାନା ରଙ୍ଗେ ସଜା ବେଶ

ଦୟଣା ତୁଳସୀ ମଲ୍ଲୀ ମାଳ ଦେହେ

ଶ୍ରୀକ୍ଷେତ୍ରେ ଛୁଟଇ ବାସ।


ଶଙ୍ଖ କ୍ଷେତ୍ରେ ଆଉ ଅର୍କ କ୍ଷେତ୍ରେ ଭରା

ଓଡ଼ିଶାର ଚାରୁ କଳା

ପଥରେ ଖୋଦିତ ବାସ୍ତବତା ଚିତ୍ର

ଅଲୌକିକ ଚକାଡୋଳା।


ଆଧୁନିକ ନୁହେଁ ଅତ୍ୟାଧୁନିକର

ପରିଚୟ କଳାକୃତି

ଏକବିଂଶ ଶତାବ୍ଦୀରେ ବି ଓଡିଶା

ସାଇତିଛି ତା ସଂସ୍କୃତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics