STORYMIRROR

Satyabati Swain

Classics

4  

Satyabati Swain

Classics

ବିଚିତ୍ର ବିନ୍ଧାଣୀ

ବିଚିତ୍ର ବିନ୍ଧାଣୀ

1 min
264

ଝରଣା ନଈ ପାହାଡ଼ ବନ

ସବୁଜ ଧରା ନୀଳ ଗଗନ

କିଚିରି ମିଚିରି ପକ୍ଷୀ ଗାନ

ସାତ ସୁରର ମଧୁର ତାନ

ଗୁଣୁ ଗୁଣୁ ମଧୁପ ଗୁଞ୍ଜନ

ଫୁଲ ଫଳ ଭରତି ଉପବନ

କହ କେଉଁ ଜାଦୁକର ସ୍ପର୍ଶେ

ପ୍ରକୃତି ବର୍ଣ୍ଣ ବିଭାରେ ହସେ।


ବାତ୍ସଲ୍ୟ ମମତା ଅମୃତ ଭରି

ମା କୁ ଗଢ଼ିଛି ଅନନ୍ୟ କରି

ବାପା ହୃଦୟ ବିଶାଳ ସାଗର

ଭାଇ ଭଉଣୀ ସ୍ନେହ ଅଗଭୀର

ବନ୍ଧୁ ବାନ୍ଧବ ନିରୋଳା ପ୍ରୀତି

ସମ୍ପର୍କ ଏତେ ମଧୁର କେମିତି

କେତେ କାଳ ବସି ସୁନ୍ଦର ମହୀ

କହ କେମିତି ଗଢ଼ିଅଛି ବିହି ।


ସଂସାର କରିଛ ପ୍ରେମେ ଭରତି

ହୃଦୟେ ଦେଇ ଅନୁଭବ ଶକ୍ତି

ଆଶା ନିରାଶା ଦୁଃଖ ଯାତନା

ପ୍ରାପ୍ତି ଅପ୍ରାପ୍ତିର ଘୋର ଯନ୍ତ୍ରଣା

କାମ କ୍ରୋଧ ଲୋଭ ମୋହ ରେ

ଦୌଡାଇ କ୍ଳାନ୍ତ କରୁଛ ଜନରେ

ତଥାପି ଜୀବନ ଆହା କି ସୁନ୍ଦର

ଅତି ଲୋଭନୀୟ ଏଇ ସଂସାର।


ଋତୁ ପରେ ଋତୁ ଆସେ ଏମିତି

ଲୋଭିଲା କରିଛ ଜନ୍ମ ଜଗତି

ସମ୍ପର୍କ ଡୋର ଘର ପରିବାର

ବଞ୍ଚିବା ପାଇଁ ସପନ ଅପାର

ଜନ୍ମ ମରଣ କରିଛ ଭିଆଣ

ନୟନେ ଦେଇ ମାୟା ଅଞ୍ଜନ

ବିଚିତ୍ର ବିନ୍ଧାଣୀ କି ଭାବ ତୁମର

ଅଦ୍ଭୁତ କରିଛ ସଂସାର ଖେଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics