Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics Inspirational

4  

Kishore Nayak

Classics Inspirational

କ୍ଷେତ

କ୍ଷେତ

1 min
353


କ୍ଷେତ, 

ଚାଷୀ ଭାଇର ମିତ 

ସୁନାର ଫସଲ ଫଳାଏ ଏଠି 

ପାଣି କରି ତା'ର ଦେହ ରକତ l


କ୍ଷେତ, 

ଚାଷୀ ଭାଇର ଆଶା 

ସୁଖର ଦୁଃଖର ସାଥୀ ଅଟେ ଏଇ 

ଏଇ କ୍ଷେତ ତା'ର ସାହା ଭରସା l


କ୍ଷେତ, 

ଚାଷୀ ଭାଇର ସ୍ୱାଭିମାନ 

ଏଇ କ୍ଷେତ ତା'ର ଗରବ ଦମ୍ଭ 

ଏଇ କ୍ଷେତ ତା'ର ଆତ୍ମ ସମ୍ମାନ l


କ୍ଷେତ, 

ଚାଷୀ ଭାଇର ଭାତ ହାଣ୍ଡି

ସାରା ଦୁନିଆକୁ ଯୋଗାଏ ଅନ୍ନ 

ସକଳ ବାଧା ବିଘ୍ନକୁ ଖଣ୍ଡି l


କ୍ଷେତ, 

ଫଳାଏ ସୁନାର ଫସଲ 

ହରି ନିଏ ଏ ଜଗତର ଦୁଃଖ 

ତା'ର କଳନା ନାହିଁ, ସେ ତ ଅମୂଲ ମୂଲ l


କ୍ଷେତ, 

ଏକ ସମ୍ପର୍କର ସେତୁ 

ଅନ୍ନରୁ ପ୍ରାଣ ପର୍ଯ୍ୟନ୍ତ, ସତ୍ତାରୁ ଅସ୍ତିତ୍ୱ ପର୍ଯ୍ୟନ୍ତ 

ଅନ୍ନରୁ ଜୀବନ ଯେହେତୁ l


କ୍ଷେତ, 

ଜୀବନ ବେଉଷାର ଅନ୍ନ ଦାତା

ଅନ୍ନରୁ ଜୀବନ ଅନ୍ନରୁ ଉତ୍ପନ୍ନ 

ମାନବଜାତିର ପିତା ମାତା l


କ୍ଷେତ, 

ଜୀବନ ଜୀବିକାର ଛୋଟ ଏକ ପୃଥିବୀ 

ମେହେନତି ମଣିଷର ଆଶା ଆଉ ବିଶ୍ୱାସର 

ଆତ୍ମପ୍ରତ୍ୟେୟର ଏକ ମଧୁର ପୂରବୀ l


Rate this content
Log in

Similar oriya poem from Classics