Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଚକାଆଖି

ଚକାଆଖି

1 min
199



       


ଥକାମନ ଚାଲ ଯିବା ଚକାଆଖି କୁ ଦେଖିବା

ଆଖିରେ ଆଖି ମିଶାଇ ମନ କଥାକୁ କହିବା।

ନୀଳାଚଳ ଧାମ ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ରେ

ପ୍ରଭୁ ବିରାଜିତ ଭାଇ ଭଉଣୀ ସାଙ୍ଗରେ।


କିଏ କହେ ଜଗନ୍ନାଥ କିଏ ଚକାଆଖି

ଆଖିରେ ଆଖି ମିଶିଲେ ମନ ଯାଏ ଲାଖି।

କିଏ କହେ ଚକା ଆଖି ସବୁ ଦେଖୁ-ଅଛି

କିଏ କହେ ନିତିଦିନ ଶାଠିଏ ପଉଟି ଖାଉଛି।


କିଏ କହେ ଚକାଆଖି ଜୀବନ୍ତ ଠାକୁର

କିଏ କହେ ଚକା ଆଖି ସବୁଠୁ ସୁନ୍ଦର।

ଚକାଆଖି ରେ ଆଖି ମିଶାଇଲେ ଥରେ

କିଛି ନୂଆ ଅନୁଭବ ହୁଏ ତନ ଓ ମନରେ।


ଭଲ ଭଲ ନାମ ଥାଇ କିଆଁ ଚକାଆଖି

ଚକା ଚକା ନୟନ ରୁ ବୋଧେ ନାମ ଚକାଆଖି।

ଏତେ ଜ୍ଞାନ ନାହିଁ ମୋର ଭାବ ଜାଣିବାକୁ

ଭାବଗ୍ରାହୀ ଜାଣିଛନ୍ତି ଭକ୍ତର ଭାବକୁ।


ଚକାଡୋଳା, ଚକାଆଖି ହେ ଚକାନୟନ

ତୁମ ଶ୍ରୀ ଚରଣରେ ଧ୍ୟାନ ରହୁ ନିତିଦିନ।

ଚକିତ ହୃଦୟ ମୋର ଦେଖି ଚକାଆଖି

ଶ୍ରୀ ମନ୍ଦିର ଦର୍ଶନ ରେ ମନ ଯାଏ ଲାଖି।


ଅନ୍ତର ବାରତା ତୁମେ ଜାଣ ଚକାଡୋଳା

ରକ୍ଷା କର ଏ ସଂସାରୁ ନ ବୁଡୁ ମୋ ଭେଳା

ବହୁତ ଦିନ ହେଲାଣି ଦେଖିନାହିଁ ସେହି ଚକାଆଖି

ଡୋରି ଲଗାଇ ଟାଣି ନିଅ ପ୍ରଭୁ ଦେଖିବି ସେ ଆଖି

କି କୁହୁକ ରହିଛି ସେ ଚକାନୟନ ରେ l


ଦେଖି ଦେଲେ ଥରେ ନାଚି ଉଠେ ହୃଦୟ କନ୍ଦରେ

ଅଭାବ ଥାଇ ବି ପ୍ରଭୁ ଭାବ ରଖିଅଛି

ଦୟା କର ଏ ମୂରୁଖ ଗୁହାରି କରୁଛି।



Rate this content
Log in

Similar oriya poem from Abstract