STORYMIRROR

Soubhagini Parida

Abstract Inspirational

4  

Soubhagini Parida

Abstract Inspirational

ପ୍ରିୟ ପୃଥିବୀ

ପ୍ରିୟ ପୃଥିବୀ

1 min
272

ଅଭିମାନ ରେ ଉଡିଯାଇଥିବା ପକ୍ଷୀ ଟିକୁ

ଫେରାଇ ହୁଅନ୍ତାକି ଆଣି ବସାକୁ ପୁନର୍ବାର

ପୋଡ଼ିଯାଇଥିବା ଜଙ୍ଗଲ ର ଧୂସର ଡାଳରେ

ଫୁଟାଇ ହୁଅନ୍ତାକି ଫୁଲ ଟିଏ ଗଭୀର ପ୍ରତ୍ୟୟର,

ଅସରନ୍ତି ସ୍ବପ୍ନ ମାନଙ୍କୁ ସାକାର କରିବାକୁ ଯଦି ପାଆନ୍ତେ ଖୋଜି, ଅନ୍ୟ ଏକ ବିକଳ୍ପ ପୃଥିବୀ,

ଅନୁତାପ ର ଲୁହ ରେ ଧୋଇବାକୁ ହୁଅନ୍ତାନାହିଁ

ଭାଗ୍ୟ ଅବା ବିଧାତା ଲିଖନ l

ପ୍ରକୃତି କୁ ପରସ୍ତ ପରସ୍ତ କରି ରକ୍ତାକ୍ତ କରିବାର

କିଛି ତା ଦେବାକୁ ହେବ ମୂଲ୍ୟ,

ସ୍ବର୍ଣ୍ଣlକ୍ଷର ରେ ଲେଖିଥିବା

ଇତିହାସ ପଢିବାକୁ କିଏ ବ ରହିବ?

ବଗିଚା ରହିଲେ ତା ଫୁଲ ଫୁଟିବ

ଏବେ ହାରିଯାଉଥିବା ହୃଦୟ ମାନଙ୍କୁ

ଧକ ଧକ ହେବାକୁ ଦିଅ ଆଉ କିଛି କ୍ଷଣ,

ସରୁଛି ସମୟ ଅଦିନିଆ ବର୍ଷା ରେ

ସେ ଯେବେ କାନ୍ଦିଲା

ଝରlପତ୍ର ରେ ଲେଖିଲା ଶୋକ ର ସଂଗୀତ

ଝଡ ର ଆଖିରେ ପଠାଇଲା ଅଣଚାଶ ପବନ ର ବାର୍ତ୍ତା

ଆତ୍ମଗୋପନ କରି ଅହଂକାର ର ନିବୁଜ କୋଠରୀ ଭିତରେ

ଭାବିଲେ ଗ୍ରହlନ୍ତର ଯାତ୍ରୀ ଆମେ

ଆମବିନା ହେବ ନାହିଁ ରାତ୍ରି ବ ସକାଳ l

ଏବେ କେହିତ କହିଗଲା ଆମେ କେତେ ଅସହାୟ

କିଛି ତା ଘଟିଗଲା ଯାହା ଦେଖାଇଲା ଆମ ନିପାରିଲାପଣ

କଂକlଳଗଦା ରେ ସ୍ବପ୍ନ ମରିପଡିବା ପୂର୍ବରୁ

ଚାଲ ଆଉଥରେ ସଜାଡ଼ିନେବା ପକ୍ଷୀବସା

ରୁଷି ଯାଇଥିବା ପକ୍ଷୀଟିକୁ ଫେରାଇ ଆଣିବା ନିଜଡାଳ କୁ

ନଦୀଟିକୁ ବଢ଼େଇଦେବ ସୁରଟିଏ ସ୍ୱଚ୍ଛନ୍ଦର

ସମସ୍ତଙ୍କୁ ଫେରେଇଦେବା ଚୋରିକରି ଆଣିଥିବା

ତାଙ୍କ ନୀଳ ନୀଳ ଆଖିର ଅଞ୍ଜନ, ଜିଇଁବାର ସ୍ବପ୍ନ l

ଅ ଦୌଡ କାହିଁକି ବନ୍ଧୁ ଯଶ ସ୍ଵ ପ୍ରତିଷ୍ଠାପାଇଁ?

ଅବା କେଉଁ କୁହୁକ ପ୍ରଦୀପ ପାଇଁ, ଭୁଲିଯାଅନା

କେବେକେବେ ଯୁଦ୍ଧଯାତ୍ରା ରେ ବାହାରିଥିବା ଯୋଦ୍ଧାଟିକୁ

ଯୁଦ୍ଧ ଆରମ୍ଭ ପୂର୍ବରୁ ମିଳେ ପରାଜୟ ର

ଦାରୁଣ ସମ୍ବାଦ l


Rate this content
Log in

Similar oriya poem from Abstract