STORYMIRROR

Kalpana Satpathy

Abstract Inspirational Others

4  

Kalpana Satpathy

Abstract Inspirational Others

ଜୀବନର ଚଲାପଥେ

ଜୀବନର ଚଲାପଥେ

1 min
347

ଏ ଜୀବନ ରାସ୍ତାର ଚଲାପଥେ

କେବେ କେବେ ବିଞ୍ଚି ହୁଏ କୁସୁମ

ଆଉ କେବେ ଛୁଇଁଯାଏ ଫଗୁଣର ମହକ।

ଏ ଜୀବନର ମାନେ ବୁଝିବା ବେଳକୁ

ସରି ସରିଯାଏ ସବୁ ଆୟୁଷ।

ଶେଷରେ ଖାଲି ବାକି ରହିଯାଏ ସବୁ ଆଶା

ଆଉ କେବଳ ଦି'ମୁଠା ମଶାଣି ପାଉଁଶ।

ଏ ଅବସମ୍ଭାବି ଜୀବନ ଚଲାପଥରେ

ଆସେ କେତେ ଘାତ ପ୍ରତିଘାତ

ଯାତନା ଜାଲରେ ଛନ୍ଦି ହୋଇ ମରେ ସବୁଦିନ

ଚାହିଁଲେ ବି ମୁକୁଳି ପାରେନାହିଁ

ଅଶ୍ରୁ ସହିତ ମିତ ବସେ ସବୁଦିନ।

ଜୀବନର ରାସ୍ତାରେ ଚଲାପଥ ଆଉ କେତେ ଦୂର

ରାତି ଦିନ ବିତିଯାଏ ନଦୀସ୍ରୋତ ପରି

ଆଜି ବି ମୁଁ ଅସହାୟ, ନିରୁପାୟ

ଏ ଜୀବନେ ଉଠେ ଖାଲି ଭୂମିକମ୍ପର ଝଡ଼।

ଟୋପା ଟୋପା ଅଶ୍ରୁ ନଈ ପରି ବହିଯାଏ

ନୀରବ ନିରାଶାର ସ୍ବପ୍ନିଳ ମନ ତଳେ

ଛଳନା ଫାଶରେ ବାନ୍ଧିହୋଇ

ଉଡିଯାଏ ସବୁ ଆଶା ଭରସା ମୋର

ଆଖି ସାମ୍ନାରେ ଖାଲି ଜଳଜଳ ଦୁଃଖ

ଭିତରେ ଥାଏ ଶୂନ୍ୟତା

କଣ୍ଟକିତ ଏ ଜୀବନ ଚଲାପଥରେ 

ଘଡିକେ ଘୋଡା ଛୁଟେ

ଖାଲି ଗୋଟେ ଥାଏ ମାୟା, ମୋହ

ଥାଏ ଖାଲି ସଂଘର୍ଷ ଆଉ ସଂଘର୍ଷ।



Rate this content
Log in

Similar oriya poem from Abstract