କାଲି
କାଲି
ଆଜି ଭାବିଲେ ତୁମେ ଆସ ଯେ କାଲି
କେବେ ଲାଗ ତୁମେ ଭବିଷ୍ୟତ,
କେବେ ଲାଗ ପୁଣି ଚୋରାବାଲି
ପାରେନି କେବେ ଏ ମନ କୁ ରୋକି
କୁହେ ସେ ତୁମକୁ ଭେଟିବ ବୋଲି।।
ଆସନ୍ନ କାଲିକୁ କିଏ ଦେଖିଛି
ଗତ କାଲି କଥା କିଏ ଭାବୁଛି
ଆଜି କଥା କିଏ ତିଳେ ପଚାରୁଛି
ସବୁ ଜାଣି ପୁଣି ଚୁପ୍ ରହିଛି।।
କାଳ ଚକ୍ରରେ ସବୁ ବନ୍ଧା ହେଇଛି
ସମୟ ଖିଅରେ ସବୁ ଛନ୍ଦା ହେଇଛି
ମଣିଷ ଜୀବନ ଏବେ ନିମିତ୍ତ ଲାଗୁଛି
ପାପ ପୁଣ୍ୟ ଡୋରେ ସବୁ ଗୁନ୍ଥା ହେଇଛି।।