STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଏମିତିକା ନାରୀ ମୁହିଁ

ଏମିତିକା ନାରୀ ମୁହିଁ

1 min
216


ନୀଚ୍ଚ ନାରୀଟିଏ ଜାଣିଥିଲେ ସୁଦ୍ଧା

   ପଛରେ ମୋ' ପଡି଼ଗଲ

ଦିନରାତି ମୋତେ ଶୁଆଇ ନ ଦେଇ

   କାନେମନ୍ତ୍ର ଫୁଙ୍କୁଥିଲ।


ଜାଣିଛ ତ ମୁହିଁ ଶୁଣିବା ନାରାଜ

   ତଥାପି ବୁଝାଅ କିଆଁ

ଶିକ୍ଷା ଦେଉଅଛ ବାରବାର ତୁମେ

   ସବୁ ସିନା ବୃଥା ଛାଆଁ।


କାହା ପାଖେ ମୋର ସମ୍ମାନ ହିଁ ନାହିଁ

   ଆସୁଛ କାହିକିଁ କୁହ

ଉଚିତ ନ ଥିଲା ପ୍ରେମ ହିଁ କରିବା

   ଯେବେ ବୁହାଉଛ ଲୁହ।


ଜାଣିଛ ତ ମୁହିଁ ଅସତ୍ଯ ମଙ୍ଗର

   ସାରଥିଟେ ହୋଇଅଛି

ତଥାପି ସତ୍ଯର ମଙ୍ଗେ ବସାଇବା

   ମହଙ୍ଗା ହେବ ଭାବୁଛି?


ଋତୁଚକ୍ର ପରି ସମ୍ପର୍କକୁ ସଦା

   ବଦଳାଇ ଥାଏଁ ମୁହିଁ

ଏ ସବୁ ଜାଣି ବି ସମ୍ପର୍କ ଯୋଡି଼ବା

   ଉଚିତ ହୋଇଲା ନାହିଁ।


ଜୀବଙ୍କ ପାଖକୁ ଦୁଃଖ ତ ଆସିବ

   ଏହା ଜଗତରେ ସାର

ତଥାପି କାହିଁକି ପରିସ୍ଥିତି ସହ

   ଖାପ ନ ଖୁଆଇ ମର?


ସମୟ ସୁଅରେ ପଡି଼ବା କ୍ଷଣି ମୁଁ 

   ସମ୍ପର୍କକୁ ଭୁଲିଯାଏ

ତଥାପି ନିତି ହିଁ ମନେ ପକେଇବା

   କଣ ଦରକାର ଥାଏ?


ମୁହିଁ ସ୍ବାର୍ଥପର କାହାର ହୁଏନି

   ସ୍ବାମୀ ପୁତ୍ର ଅବା କନ୍ଯା

ଧୋକା ପାଇଁ ସଦା ଅପେକ୍ଷାରେ ଥାଏ

   ବୁହାଏ ଲୋତକ ବନ୍ଯା।


ଏମିତିକା ଜଣେ ନାରୀ ଏ ସଂସାରେ

   ଜନ୍ମ ହୋଇଅଛି ମୁହିଁ

ସବୁ ନୀଚ୍ଚ ନାରୀ ମରିଗଲା ପରେ

   ମୋର ବୋଧେ ଜନ୍ମ ହୋଇ।


ଯଦି ଜାଣିନାହିଁ ଜାଣନ୍ତୁ ସଭିଏଁ

   ଯିଏ ସ୍ବାମୀ ହୋଇଗଲ 

ଅଥବା ପୁତ୍ର କି କନ୍ଯା ସାବଧାନ

   ଫୁଲ ନୁହେଁ ନିଆଁ ଝୁଲ।



Rate this content
Log in

Similar oriya poem from Abstract