STORYMIRROR

RAJANIKANT CHOUDHURY

Abstract

4  

RAJANIKANT CHOUDHURY

Abstract

ଅବଶୋଷ

ଅବଶୋଷ

1 min
238

ପ୍ରତି ସକାଳେ ତୁମ ଦର୍ଶନେ

କଟି ଯାଉ ସାରା ଦିନ,

ଶୋଷ ନାହିଁ କି ଭୋକ ନାହିଁ

ତୁଣ୍ଡେ ଥାଉ ହରି ନାମ।।

କ୍ଷଣିକ ଜୀବନେ ଲୋଡା ନାହିଁ

ଧନ ସମ୍ପଦ ଯେ ମୋର,

ଦୁଃଖ ନାହିଁ କି ଯନ୍ତ୍ରଣା ନାହିଁ

ତୁମେ ସାହା ଜୀବନର।।

ନିତି ପୂଜୁଥାଏ କଳା ଠାକୁର

କରି କେତେ ଯେ ମୁଁ ଶ୍ରଦ୍ଧା,

କିଛି ନାହିଁ ଆଉ ଜୀବନ ରେ

ବୟସ ହେଲାଣି ଅଧା।।

ସରିଲା ଏଠି ଖୁସି ମଉଜ

ଶିଥିଳ ହୋଇଲା ମନ,

ବୟସର ଏହି ଶେଷ କାଳେ

ଅପଚୟ ଯଉବନ।।


Rate this content
Log in

Similar oriya poem from Abstract