Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract

4  

Rabindra kumar Sahoo

Abstract

ତୁମ ନାମ ଧରି

ତୁମ ନାମ ଧରି

1 min
374



  ତୁମ ନାମ ଧରି

      ମୋ ଦିନ ଯାଉ ସରି

   ହେ ନୀଳ କନ୍ଦରିଆ

     ହେ ନୀଳାଦ୍ରି ବିହାରୀ ।


    ତୁମ ନାମ ଧରି

      ପ୍ରଭୁ ସବୁ ଦୁଃଖ ଶୋକ

     ଦେବି ମୁଁ ପାଶୋରି

    ଆହେ ନୀଳାଦ୍ରି ନାଥ

      ନୀଳାଦ୍ରି ବିହାରୀ ।


    ତୁମେ ଅନାଥ ର ନାଥ

     ଜଗତ ସାଆନ୍ତ

    ତୁମ ବିନା କୁହ କେ

      ଏ ଭବୁ ହେବ ପାରି

    ତୁମ ନାମ ଧାମ ସହ

      କିଏ ହେବ ସରି

     ସେ ପାଇଁ ପ୍ରଭୁ ହେ

    ଯାଉ ମୋ ଜୀବନ

      ତୁମ ନାମ ଧରି ।

   

     ହେ ବିଶ୍ଵ ନିୟନ୍ତା

      ହେ ବିଶ୍ଵ କରତା

     ତୁମେ ମହା ବାହୁ

     ହେ ବିଶ୍ଵ ବିଜେତା

    ଭକତ ପାଇଁ ତୁମେ

      ପ୍ରଭୁ ଦିଅ ସବୁ ସାରି

    ତୁମ ଚକାନୟନ ରେ

      ଦେଖେ ଏ ସଂସାର

     ତୁମ କରୁଣାରୁ

     ହେଲି ମୁଁ ସଂସାରୀ

    ତୁମ ନାମ ଧରି ପ୍ରଭୁ

    ମୋ'ର ଦିନ ଯାଉ ସରି

     ହେ ଜଗତ କର୍ତ୍ତା

     ହେ ମାଧବ ହେ ଶ୍ରୀହରି

      ଏ ପାପ ପଙ୍କର ସଂସାରୁ

      ପ୍ରଭୁ ହେ ଦିଅ ଦିଅ ଉଦ୍ଧରି

       ସକଳ ଦୁଃଖ ଶୋକ

      ନିଅ ପ୍ରଭୁ ହରି

      ତୁମ ନାମ ଧରି

       ଦିନ ମୋ ଯାଉ ସରି 

    ହେ ନୀଳ କନ୍ଦରିଆ

     ହେ ନୀଳାଦ୍ରି ବିହାରୀ ।


   


Rate this content
Log in

Similar oriya poem from Abstract