Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Abstract

4  

Bijoy Jena

Abstract

ଶୁଭ ଚିନ୍ତା ପାଇଁ

ଶୁଭ ଚିନ୍ତା ପାଇଁ

1 min
259



ଶୁଭ ଚିନ୍ତା ପାଇଁ ଲୋଡା ନାହିଁ ଅର୍ଥ

       ହୃଦୟେ ଶୁଭଇ ଡାକ

ଯେ ଶୁଭ ଚିନ୍ତଇ ନିତି ଆନ ପାଇଁ

        ଇଶ୍ଵର ଦିଅନ୍ତି ଭେକ।

ମଙ୍ଗଳ ମୟ ସେ ପରମ ଆତ୍ମନ୍

       କୃପାବାରି ବର୍ଷିଥାନ୍ତି

ଯିଏ ଆନ ଦୁଃଖେ ଦୁଃଖୀ ହୋଇଥାନ୍ତି

       ତାଙ୍କ କରୁଣା ଲଭନ୍ତି।

ଯାହାର ହୃଦୟ ସଦା ନିରିମଳ

        ପ୍ରକୃତି ର ହେଲେ ପ୍ରିୟ

ସୁଖ ଦୁଃଖ ବୋଲି ସମାନ ଜ୍ଞାନରେ

        ବିଭୁ ପଦେ ରଖେ ଲୟ।

ତା ଶୁଭ ଭାବନା ପବନରେ ଭାସି

       ସମାଜକୁ ମହକାଇ 

ସେହି ଭାବନା ଯେ ଅଟକ ରହେନା

       ମଧୁମୟ କରି ଥାଇ।

ଆସ ହେ ସକଳ ଶୁଭ ଚିନ୍ତନ ରେ

       ବିତାଇ ଦେବା ଜୀବନ

ଜଗନ୍ନାଥ ସ୍ଵାମୀ ସବୁରି ଅନ୍ତରେ

       ଭରି ଦ୍ୟନ୍ତୁ ଦିବ୍ୟ ପ୍ରେମ।



Rate this content
Log in

Similar oriya poem from Abstract