ନଫେରିବ ଆଉ
ନଫେରିବ ଆଉ
ଶିଶୁ କାଳ ସ୍ମୃତି ମନେ ପଡୁଅଛି
ବୃଦ୍ଧ ବୟସରେ ମୋର,
ଖେଳୁଥିଲି ମୁହିଁ ସାଙ୍ଗସାଥୀ ମେଳେ
ସମୟ କେତେ ସୁନ୍ଦର!!
ନଥିଲାଟି ଚିନ୍ତା ନଥିଲାଟି ଜ୍ଞାନ
ଚିନ୍ତା ମୁକ୍ତ ଜୀବନର
ସ୍ନେହ ଶ୍ରଦ୍ଧା ଥିଲା ପିତୃମାତୃଙ୍କର
ଥିଲାଟି ତାଙ୍କ ଆଦର!!
ନଦୀ ତୁଠେ ଯିବା ଥିଲା ନିତି କର୍ମ
ନଦୀ ତ ଯୋଗ ଆଧାର
ପହଁରିବା ନିତ୍ୟେ ଥିଲା ଦରକାର
ସ୍ବାସ୍ଥ୍ୟ ପାଇଁ ଉପକାର!!
ଗଛରେ ଚଢିବା ଆମ୍ବର ଉଦ୍ୟାନେ
ଆମ୍ବ ପାଳିବାର କର୍ମ
ଆନନ୍ଦ ଖୁସିରେ ଖାଉଥିଲୁ ଆମ୍ବ
କରୁଥିଲୁ ଦୁଷ୍ଟ କାମ।
ମାଡ଼ ଖାଉଥିଲୁ ମାଆଙ୍କ ପାଖରୁ
ନଥିଲାଟି ବୁଦ୍ଧି ଜ୍ଞାନ
ସ୍କୁଲ ଯିବା ପାଇଁ ସଜ୍ଜିତ କରନ୍ତି
କହି ମଧୁର ବଚନ!!
ପାଠ ପଢି ବାପ ମନୁଷ୍ୟ ହୋଇବୁ
ଉପଦେଶ ଦେଉଥାନ୍ତି
ବହିପତ୍ର ସବୁ ସଜାଡି ଦେଇଣ
ସ୍କୁଲରେ ଛାଡି ଆସନ୍ତି!!
ପିତୃମାତୃ ପ୍ରେମ ସ୍ନେହ ଶ୍ରଦ୍ଧା ଭାବ।
ମନେ ପଡେ ବୃଦ୍ଧ କାଳେ
ଫେରିବକି ତାହା କେବେ ଜୀବନରେ
ଗୁଞ୍ଜେ ସ୍ମୃତି କାଳ ବେଳେ!!
ଅତୀତର ସ୍ମୃତି କେବଳ ହିଁ ସ୍ମୃତି
ନଫେରିବ ସେହୁ କେବେ,
ଚିନ୍ତିତ ନକରି ଅତୀତର ପାଇଁ
ଭୁଲିଯିବା ତାହା ଏବେ!!
କର୍ତ୍ତବ୍ୟଟି ଏବେ କୃଷ୍ଣ-ରାମ ଭକ୍ତି
ଧ୍ୟାନ ଜଗନ୍ନାଥ ପଦେ,
ମୁକ୍ତି ପଥ ପ୍ରଭୁ କାଳିଆର ଧ୍ୟାନ
ବୃଦ୍ଧ ବୟସରେ ଏବେ!!
ଅତୀତର ଚିନ୍ତା ନକରିଣ ହୃଦେ
ହୃଦେ ଗୁଞ୍ଜୁ କୃଷ୍ଣ ରାମ,
କାଳିଆର ନାମ ଗୁଞ୍ଜୁ ଅନ୍ତରରେ
ନିତ୍ୟେ ରାଧା କୃଷ୍ଣ ନାମ!!
ମନପ୍ରାଣେ ଥାଉ ବ୍ରହ୍ମାଣ୍ଡ ଠାକୁର
ହୃଦେ ଗୁଞ୍ଜୁ ନିରନ୍ତର
କର୍ତ୍ତବ୍ୟର ଶିକ୍ଷା ଦେବା ଜନଜନ
ରାଷ୍ଟ୍ର ପ୍ରୀତି ଜୀବନର।
