ଆଜିର ନାରୀ ମୁଁ
ଆଜିର ନାରୀ ମୁଁ
ଆଜିର ନାରୀ ମୁଁ ଆଗକୁ ଯିବାକୁ
ବାଟ ଛାଡି଼ଦିଅ ତୁମେ
ନ ହେଲେ ଜାଣିଥା' ବାଜିଯିବ ଠେଙ୍ଗା
ପଡି଼ଯିବ ମର୍ତ୍ତ୍ଯ ଭୂମେ।୧
ଜାଣିନ କି ତୁମେ ସ୍ବାଧୀନତା ପାଇ
ଆଗକୁ ବଢି଼ବା ନିଶା
କେହି ଯଦି ତୁମେ ବାଟ ଓଗାଳିବ
ଶୁଣିବ ତୁଣ୍ଡୁ ମୋ' ଭାଷା।୨
ବୟସ ହେଲାଣି ମୋତେ ଛାଡି଼ଦିଅ
ବାପା କି ମାଆଙ୍କୁ ମୋର
ଚିହ୍ନିବା ଜାଣେନି କାମନା ହିଁ ମୋର
ବହେ କଳକଳ ଝର।୩
ଜନ୍ମ କରିବାରୁ ଧନ୍ଯବାଦ ଘେନ
ଆହେ ମୋର ବାପା ମାଆ
କର୍ମର ସନ୍ଧାନେ ଚାଲିଲି ଆଗକୁ
ନିଜେ ହିଁ ନିଜକୁ ସାହା।୪
ବିପରୀତ ଲିଙ୍ଗ ମୋର ଦରକାର
ଖାଇବା ହୋଟେଲ ଇଛା
ଶୋଇବାକୁ ମୋର କ୍ଲବ ଦରକାର
ପଡ଼ନାହିଁ ମୋର ପିଛା।୫
ଛିଣ୍ଡା ଫଟା ଯେତେ ବଜାରେ ମିଳୁଛି
ସେହି ମୋର ଦରକାର
ଅଧା ପୁଂଙ୍ଗୁଳା ମୁଁ ହୋଇକି ଚାଲିଲେ
ଦେଖିବେ ହିଁ ବାରମ୍ବାର।୬
ମୋର ଦରକାର କାମନା ଧର୍ଷଣ
କେ' ଯଦି ପାରୁଛ ଆସ
ମୋର ଏ ଦେହକୁ ଯେତେପାର ଝୁଣ
ଥରେ ତ ପାଖରେ ବସ।୭
କହି ଚାଲିଥିଲି ଗାଆଁ ମଝିଟାରେ
ଶୁଣୁଥିଲେ ସବୁ ଜନ
ଭୟ ମିଶା ସବୁ ଦୌଡି଼ ଲୁଚିଗଲେ
ରଖିବାକୁ ନିଜ ପ୍ରାଣ।୮
ଏ କଳି କାଳରେ ଚଣ୍ଡି ଠାକୁରାଣୀ
ରକ୍ତକୁ ପିଇବ ବୋଲି
ଗର୍ଜନ କରୁଛି ଅମାବାସ୍ଯା ଦେଖି
ଦେହରୁ ବସନ ଖୋଲି।୯
ତାର ପରି କେହି ଯଦିରେ ହେବାକୁ
ଚାହୁଁଛ ଦୁନିଆଁ ହାଟେ
ଯଥାଶୀଘ୍ର ଆସି ମିଳାଅ ହାତକୁ
ଯା' ହୃଦେ କାମନା ଛୁଟେ?୧୦
