Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ରହସ୍ୟ

ରହସ୍ୟ

1 min
152



କଠିନ କଠିନ,ଜୀବନର ରହସ୍ୟ କଠିନ

ଦ୍ଵନ୍ଦ ଓ ଦ୍ଵନ୍ଦ ଭିତରେ ଜୀବନ ରହସ୍ୟ

ଜାଣିଶୁଣି ହେଉ ଅବା ଅଜାଣତ

ଜୀବନରେ ଦୁଃଖ ହିଁ ଦୁଃଖ

ସମସ୍ୟା ଘେରରେ ଜିବନ କଠିନ।


ଜୀବନ ର ସମସ୍ୟା ଏକ ପ୍ରହେଳିକା

ସମାଧାନ ର ସୁତ୍ର ସନ୍ଧାନ ବି ରହସ୍ୟ ଘେରରେ

ଜୀବନର ରହସ୍ୟ ବୁଝିବା,ଏତେ ସହଜ ବି ନୁହେଁ।


ଜୀବନର ରହସ୍ୟ ବି ରହସ୍ୟାବୃତ୍ତ

ସବୁରି ମୁଖରେ,କର୍ମ ଓ ଭାଗ୍ୟ ର ମିଶ୍ରଣ

କର୍ମ କଣ ବି ବୁଝିବା କଠିନ

କର୍ମର କର୍ମଫଳ ବି ଅଛି

ରହସ୍ୟ ସମାଧାନ ପାଇଁ କର୍ମଫଳ ବି ଅକ୍ଷମ।


ଯିଏ ଯେତେ ସରଳ ଓ ସତ୍ୟବାଦୀ

ଆଘାତ ବି ମାତ୍ରାଧିକ,ଆଘାତରେ ବ୍ୟତିବ୍ୟସ୍ତ।


ଦର୍ଶନ ରହସ୍ୟ ବି ବୁଝିବା କଠିନ

ଦର୍ଶନ ଯେପରି,ସୃଷ୍ଟି ବି ସେପରି

କଷ୍ଟ ହିଁ କଷ୍ଟ ,ଜ୍ଞାନ ର ଆୟତ୍ତ ବାହାରେ।


ଖରାପ ଭିତରେ ଭଲ ଖୋଜୁ ଖୋଜୁ

ହୃଦୟ ଶୁନ୍ୟରେ ବିଲୀନ

ଶରୀର ମାତ୍ରେ ହିଁ ମୃତ୍ୟୁ ଅନିବାର୍ଯ୍ୟ

ସବୁରି ମୁଖରେ ସେଇ ଜଣାଶୁଣା କଥା

ଆତ୍ମା ଅମର,ଚିରନ୍ତନ ସତ୍ୟ

ଯିଏ ବା ବୁଝିଛି ଶରୀର ଓ ଆତ୍ମାର ରହସ୍ୟ

ତା ପାଇଁ ଜୀବନ ସହଜ ସରଳ।


ଅପେକ୍ଷା ଉପେକ୍ଷା ସର୍ବଦା ଯନ୍ତ୍ରଣା

ଯିଏ ଠିକ୍ ରେ ବୁଝିଛି, ସର୍ବଦା ସିଏ ହିଁ ସୁଖୀ

ରହସ୍ୟ କୁ ଠିକ୍ ବୁଝି ହେଲେ

ଜୀବନର ଖୁସି ରୂପକ ରଙ୍ଗରେ  

ତନ ମନ ହେବ ରଙ୍ଗାୟିତ।




Rate this content
Log in

Similar oriya poem from Abstract