Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Classics Inspirational Others

3  

Debabrata Mishra

Classics Inspirational Others

ଭାଗ୍ୟ ରୁଷିଲେ

ଭାଗ୍ୟ ରୁଷିଲେ

1 min
149



ଭାଗ୍ୟ ରୁଷିଲେ

ବାମପଟେ ଚାଲିଲେ ବି ଘଟେ ମର୍ମନ୍ତୁଦ ଦୁର୍ଘଟଣା

ଗଳିକନ୍ଦି ଚିହ୍ନିଥିବା ମଣିଷ ବି ହୋଇଯାଏ ବାଟବଣା

ଚୋରି ହୋଇଯାଏ ଖଟିଖିଆର ଦିନକର ପାଉଣା

ସର୍ବଗୁଣସମ୍ପନ୍ନା ବୋହୁକୁ ବି ସହିବାକୁ ପଡ଼େ ଗଞ୍ଜଣା ।


ଭାଗ୍ୟ ରୁଷିଲେ

ମେଧାବୀ ବିଦ୍ୟାର୍ଥୀ ବି ପାଇପାରେନି ଖଣ୍ଡେ ଚାକିରୀ

ସମାଜେ ଚରିତ୍ରହୀନାର ଆଖ୍ୟାପାଏ ସୁଚରିତ୍ରା ନାରୀ

ସତ୍ୟବାଦୀ ମଣିଷଟେ ବି ଯାଏ ଜୀବନଯୁଦ୍ଧେ ହାରି

ଅତିବୃଷ୍ଟିରେ ଫସଲ ଧ୍ୱଂସେ ଚାଷୀ ଦିଏ ଜୀବନ ହାରି,


ଭାଗ୍ୟ ରୁଷିଲେ

ଶୁଖିଲା ପାଗରେ ବି ଘଡ଼ଘଡ଼ି ପଡ଼େ, ନେଇଯାଏ ପ୍ରାଣ

ଅତି ବିଶ୍ୱସ୍ତ ପାଳିତ କୁକୁର ବି ସାଜେ ମୃତ୍ୟୁର କାରଣ

ଈଶ୍ୱର ଧନ ଦେଇ ମନ ମାରିଦେଇ ଦିଅନ୍ତି କଷ୍ଟ, କଷଣ

ବିନା ଦୋଷରେ ସମାଜେ ହେଉଥାଏ ପୁରୁଷର ଶୋଷଣ,


ଭାଗ୍ୟ ରୁଷିଲେ

ପହଁରା ଶିକ୍ଷକ ବି ନଦୀରେ ବୁଡ଼ିଯାଇ ଜୀବନ ହାରନ୍ତି

ମିଛ ସନ୍ଦେହରେ ବି ସୁନାର ସୁଖ ସଂସାର ଭାଙ୍ଗି ଦିଅନ୍ତି

ସ୍ୱାର୍ଥପର ରକ୍ଷକମାନେ ବିଶ୍ବାସଘାତକତା କରିପାରନ୍ତି

ରାବଣ ପରି କିଛି ଚୋରି ପାଇଁ ସାଧୁବେଶରେ ଆସନ୍ତି।



Rate this content
Log in

Similar oriya poem from Classics