Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Classics

3  

Niranjan Mishra

Classics

ମହାପ୍ରଭୁ ହେ

ମହାପ୍ରଭୁ ହେ

1 min
110



ଦୀନ ଦୁଃଖହର୍ତ୍ତା ଜଗତକରତା

ଶୁଣିବ କି ମୋ ଗୁହାରି 

ଦୁଃଖୀଜନ ଦୁଃଖ ହରିବା ପାଇଁକି

ଡାକୁଅଛ ହାତ ଠାରି 

ମହାପ୍ରଭୁ ହେ॥୧॥

ଅଗାଧ ଜଳରୁ ରଖିଲ ଗଜକୁ

ନକ୍ରକୁ ଚକ୍ରରେ ମାରି

ଦ୍ରୌପଦୀ ତାରଣ ଲଜ୍ଜା ନିବାରଣ

କୋଟିବସ୍ତ୍ର ଦାନକାରୀ

ମହାପ୍ରଭୁ ହେ॥୨॥

ବନରେ ମୃଗୁଣୀ ରଖି ଚକ୍ରପାଣି

ବ୍ୟାଧ ପ୍ରାଣ ନେଲ ହରି 

ହତ କଲ ପ୍ରାଣ ଲଙ୍କାର ରାଜନ

ରାମ ଅବତାର ଧରି 

ମହାପ୍ରଭୁ ହେ॥୩॥

ପୂୂତନା ପରାଣ ପାନ କଲ ତୁମେ

ଶିିଶୁକୃଷ୍ଣ ରୂପ ଧରି

ଗୋପାଳ ବାଳଙ୍କୁ କରିଲ ଉଦ୍ଧାର

ଦାବାନଳ ପାନ କରି

ମହାପ୍ରଭୁ ହେ ॥୪॥

ଦରିଦ୍ର ସୁଦାମା ଦୁଃଖ ଦୂରକଲ

ସମ୍ପଦରେ ଦେଲ ଭରି 

କେଉଁ ଦୀନ ଦୁଃଖ କରିନାହଁ ଦୂର

ହୃଦକନ୍ଦର ବିହାରୀ

ମହାପ୍ରଭୁ ହେ ॥୫॥

ମାଗୁନାହିଁ ଧନ ଜନ ପଉରୁଷ

ତୁମକୁ କିଛି ଶ୍ରୀହରି 

ଜଗତ ଜନଙ୍କ ଦୁଃଖକୁ ହରିବ

ଚକ୍ର ଆଢୁଆଳ କରି

ମହାପ୍ରଭୁ ହେ ॥୬॥


Rate this content
Log in

Similar oriya poem from Classics