STORYMIRROR

Gangotri Priyadarshini

Action Inspirational Children

3  

Gangotri Priyadarshini

Action Inspirational Children

ଶିଶୁ କଳିକା

ଶିଶୁ କଳିକା

1 min
154

ସୁନ୍ଦର ଏଇ ଶିଶୁ ସଂସାରେ

ସୁନ୍ଦର ଶିଶୁ କଳିକା ଆମେ

କୁନିକୁନି ମୁହଁରେ ସୁନ୍ଦର ହସ

ମନରେ ଭରି ଦେବା ସାହସ ।।


ତୁଳସୀ ଦୁଇ ପତରେ ବାସ

ରଖିବା ନାହିଁ କାହାଠି ରୋଷ

ମନ ଲଗାଇ ପାଠ ପଢିବା

ଖେଳ କୁଦରେ ସମୟ ଦେବା ।।


ଶୁଣିବା ସୁର ବୀରଙ୍କ ଗାଥା

ମାଟିମା ପାଖେ ନୁଆଇଁ ମଥା

ପିତା ମାତାଙ୍କ କଥା ଶୁଣିବା

ତାହେଲେ ଭଲ ମଣିଷ ହେବା ।।


ଆମ ଭାରତ ରାଇଜେ ସାର

ସେବାରେ ସଦା ରହିବା ତାର

ସମୟର ସଦୁପଯୋଗ କରିବା

ସଂସାରରେ ଶୁ ପ୍ରତିଭା ସାଜିବା ।।



Rate this content
Log in

Similar oriya poem from Action