STORYMIRROR

Sangram Moharana

Tragedy Action Classics

3  

Sangram Moharana

Tragedy Action Classics

ମୋକ୍ଷ ପ୍ରାପ୍ତି

ମୋକ୍ଷ ପ୍ରାପ୍ତି

1 min
226

ଶେଷ ରେ ମିଶିଗଲି

ଏ ଶୂନ୍ଯ ଶୂନ୍ଯ ମହାଶୂନ୍ୟରେ

ଗଗନ ପବନ ର ନୀରବତା ର ପ୍ରତିଦ୍ବନ୍ଦ ରେ

ନିଜ ର ଶରୀର କୁ କେଉଁ ଏକ ଯଜ୍ଞବେଦୀ ର ହୋମକୁଣ୍ଡରୁ ବାହାରୁଥିବା ଲାଭା ଭଳି ମନେ କଲି

ବିଚାରଧୀନ କଏଦି ଯେ କେତେବେଳେ 

କାରାଗାର ର ଚାରିକାନ୍ଥ ଡେଇଁ ବାହାରିଗଲା କେହି ଜାଣି ପାରିଲେନି

ଆଉ ସମୟ କୁ ଆହୁଲା କରି 

ଯେତେବେଳେ ଧୀରେ ଧୀରେ ନାଆ ଆଗକୁ ନେଲି

ବାରମ୍ବାର ନିଜ ର ଅତୀତ ମତେ କବଜା କରି ନଥିଲା

ମୁଁ କିନ୍ତୁ ନିରବ ନିସ୍ତବ୍ଧ 

ଆଉ ସେ ଜଳନ୍ତା ନିଆଁ ର ଫୁଲ ପାଖୁଡା ଗୁଡା

ମତେ କୋଳାଗ୍ରତ କରି ନେଇ ଯାଉଥିଲେ 

ସତେ କି ମୁଁ ସେ ପାଗଳ ଭଅଁର

ଯାହାର ସ୍ଥିତି ହିମାଦ୍ରି ଶିଖର

ହାରି ସାରିଛି

ହଁ 

ଯୁଦ୍ଧ ବି ସରି ଯାଇଛି

ଶିବ ଧନୁ ବି ଭାଙ୍ଗି ସାରିଛି

ସମୟ ଚକ୍ର ରେ ଅଭିମନ୍ୟୁ ଫସି ସାରିଛି

ସଂଗ୍ରାମ ର ସଂଗ୍ରାମ ଅଭିଯାନ 

କେତେ ଟା ଆଉ ମାତ୍ର କେତେଟା ଦିନ

କୋଣାର୍କ ଦେଖିଛ

ତା ଦେହରେ କେତେ ସବୁ ଭଗ୍ନାଂଶ 

ହେଲେ ବି ତାର ନାହିଁ ଅବଶୋଷ

କେତେ ନର ନାରୀ ଶୋଭା ଦିଶନ୍ତି ତା ପ୍ରଚ୍ଛଦ ରେ

କେତେ ଘାସ ଫୁଲ ଖେଳନ୍ତି ତା ପାଦ ଦେଶ ରେ

ସେ ସବୁ କଣ ତା ଅବିଚ୍ଛେଦ୍ୟ ଅଙ୍ଗ

ନା କଳା ଉପରେ ଢଙ୍କା ଯାଇଛି ହାତ ତିଆରି ଧଳା ରଙ୍ଗ

ହେଇ ପାରେ 

ସ୍ୱୟମ୍ବର ବାକି ଥାଇପାରେ

ହେଲେ 

ହେଲେ ଏ ରାଜ ସଭା ଅଯୋଧ୍ୟା ପାଇଁ ନୁହେଁ

ଏ ଯୋଜନା ରାବଣବଦ୍ଧ ପାଇଁ ନୁହେଁ

ତାହେଲେ 

ଏ କଣ 

ହଁ

ଅନେକ ପରିକଳ୍ପନା ର ଗୋଟିଏ ବିନ୍ଦୁ

ଅନେକ ସପନ ର ସାଇତା ସିନ୍ଧୂ

ହଁ

ଲୁହ କେବଳ ଏଠି ପ୍ରକୃତ ବନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy