STORYMIRROR

Dharmananda Maharana

Action Inspirational Children

3  

Dharmananda Maharana

Action Inspirational Children

ଜୀବନ ମନ୍ତ୍ର

ଜୀବନ ମନ୍ତ୍ର

1 min
424

ଜୀବନ ବାସ୍ତବ ଜୀବନ ସଂଘର୍ଷ, ମୃତ୍ୟୁ ତା'ର ଲକ୍ଷ୍ୟ ନୂହେଁ

କ୍ଷଣ ଶରୀର ତୋ ଧୂଳିରେ ମିଶିବ, ଜନ୍ମ ଯେଉଁଥିରୁ ହୁଏ ।।


ଭାଗ୍ୟରେ ତୋହର ସୁଖ କିମ୍ବା ଦୁଃଖ, ପ୍ରକୃତରେ ଲେଖା ନାହିଁ

କର୍ମ ଅନୁସାରେ ଫଳ ତୁ ପାଇବୁ, ଏକଥା ଭୁଲିବୁ ନାହିଁ

ଆଜିର ଅପେକ୍ଷା କାଲି ଭଲ ପାଇଁ, କର୍ମ କର ଠକ ନୂହେଁ

ଜୀବନ ବାସ୍ତବ ଜୀବନ ସଂଘର୍ଷ, ମୃତ୍ୟୁ ତା'ର ଲକ୍ଷ୍ୟ ନୂହେଁ ।।


ଜୀବନର ଯାତ୍ରା ସହଜ ନୁହଁଇ, ଅଟେ ଏହା ଯୁଦ୍ଧକ୍ଷେତ୍ର

ପ୍ରତିମୁହୂର୍ତ୍ତରେ ପ୍ରତିଦ୍ଵନ୍ଦୀ ମିଳେ, ଖୋଲି ରଖ ଜ୍ଞାନ ନେତ୍ର ।।


ଅଣ୍ଟା ଭିଡ ଏବେ, ଏପରି କର ଯେ, ଅଲେଖା ଭାଗ୍ୟ ବଦଳା 

ଯେତେ ପାର ଶିଖ,ପରିଶ୍ରମ କର, ଅପେକ୍ଷାର ଫଳ ଫଳା

ଯାହା କରୁଅଛ ହୃଦୟରୁ କର, ଉଦାହରଣ ହେବା ଯାଏଁ

କ୍ଷଣ ଶରୀର ତୋ ଧୂଳିରେ ମିଶିବ, ଜନ୍ମ ଯେଉଁଥିରୁ ହୁଏ ।।


ଆଳସ୍ୟ ପରାଣେ, ଲକ୍ଷ୍ୟହୀନ ଭାବେ, ଯିଏ ରହୁଥାଏ ଶୋଇ

ଯାହା ଚାହୁଁ ଥାଏ ଜୀବନେ ତାହାର, ତାହା ଲଭି ନ ପାରଇ ।।


Rate this content
Log in

Similar oriya poem from Action