STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ରଙ୍ଗ ର ବର୍ଷା କବିତାରେ

ରଙ୍ଗ ର ବର୍ଷା କବିତାରେ

1 min
186


କିଏ କହେ ତୁମେ କାବ୍ୟ ନାୟିକା 

ସମ୍ମୋହନ କଳିକା 

କାହାପାଇଁ ଶ୍ରୁତିଲେଖା 

ପୁଣି କିଏ କହେ ବଧୂଲି ବାଳିକା 

ସରମୀ ତୂଳୀକା 

କାହାପାଇଁ ଗୀତିଲେଖା 

କିଏ କହେ ତୁମେ ଶବ୍ଦ ମାଳିକା 

ଟିକିଫୁଲ ପରିକା 

କାହାପାଇଁ ମଧୁମଖା 

କିଏ କହେ ତୁମେ ସ୍ନିଗ୍ଧ ମଲ୍ଲୀକା 

ତାରାଫୁଲ ଝରିକା 

କାହାପାଇଁ ସ୍ମୃତିଲେଖା 

କିଏ କହେ ତୁମେ ସ୍ଵଛ ଝରକା 

ରୂପାୟନେ ବାର୍ଷିକା 

କାହାପାଇଁ ଅଗ୍ନିଶିଖା 

କିଏ କହେ ତୁମେ ମୁଗ୍ଧ ବାସନ୍ତୀକା 

ଅପରୂପା ଆଲୋକବର୍ତ୍ତିକା 

କାହାପାଇଁ ଦୀପଶିଖା 

କିଏ କହେ ତୁମେ ଶେଫାଳୀକା 

ମାଳୀର ଅଭିସାରିକା 

କାହା ପାଇଁ ମାଟିରୂଖା 

କିଏ କହେ ତୁମେ ଭାଷା ମୟୂଖା 

ସାରସ ସରସୀ ଅପରୂପା 

କାହାପାଇଁ ପ୍ରୀତିଲେଖା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance