STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ହୋଲିର ଫଗୁ

ହୋଲିର ଫଗୁ

1 min
259


ଫେରିଗଲା ବେଳେ ଫଗୁଣ 

ଫଗୁ ଖେଳିଯା ବସନ୍ତ ଦିଏ ରାଣ 

ଫୁଲେଇ ଫଗୁଣ ପଳାତକ ହେଲେ 

ଫଗୁ ଖେଳ ଅକାରଣ 

ଫଗୁ ଫଗୁରେ ଫୁଲୁରି ନିମନ୍ତ୍ରଣ 

ରଙ୍ଗର ରୁପସୀ ରଙ୍ଗେଈ ଅଳସୀ 

ଫଗୁରେ ଭରି କଳସୀ 

ଇନ୍ଦ୍ରଧନୁ ସମ ଧରା ଆକାଶେ ଖସି 

ଫଗୁରେ ଫଗୁରେ ଅଳପ ହସି 

ଯାଆନା ଫଗୁଣ ହେଇଯିବ ସବୁ ବାସି 

ବରଷକେ ଥରେ ହୋଲିରେ ହୋଲିରେ 

ରଙ୍ଗ ବରଷାରେ ଯିବା ବରଷି 

ରଙ୍ଗିଲା ଆଖିରେ ରଙ୍ଗ ପରଶରେ 

ଫୁଲ ପରି ଫଗୁ ଫୁଲେଇ ହଉଛି 

ସକାରଣ ଅବା ଅକାରଣ ହୋଲି 

ବସନ୍ତ ଫିକ ଫିକ ଦିଏ ହସି 

ଅଳପ ଗଳପ ମଧୁରେ ମଧୁରେ 

ଫଗୁରେ ଫଗୁଣ ହେଇଯା ଖୁସି 

ଆଜି କଥା କିଏ କାଲିକି କହିବ 

ଏ ସନ ଯାଅନା ରୁଷି 

ରଙ୍ଗର ହୋଲି ଫୁଟିଛି ମଲ୍ଲୀ 

ବୁଲିଚାହେଁ ସେଇ ଦୂରଦେଶୀ 

ଫାଜିଲ ଫଗୁ ପହିଲି ପହିଲେ 

ମନମାନୀ ହୋଲିରେ ଗଲା ଭାସି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance