STORYMIRROR

Ajit Kumar Raut

Action

3  

Ajit Kumar Raut

Action

ବ୍ୟକ୍ତିତ୍ୱ ବିକାଶ

ବ୍ୟକ୍ତିତ୍ୱ ବିକାଶ

1 min
183


ବ୍ୟକ୍ତିତ୍ୱ ବିକାଶ ହୋଇବ ତେଭେରେ


ଯତ୍ନେରେ ପାଳିବୁ ଶିଶୁକୁ ତୋର,


ସବୁ ଗୁଣେ ହେବ ସମ୍ପନ୍ନ ଶିଶୁର


ଯତ୍ନରେ ଗଢିବୁ ଶିଶୁକୁ ତୋର।୧।


କୁମ୍ଭାର ଗଢୁଛି ମାଟିକୁ ଯତ୍ନରେ


ଗଢୁ ଥାଏ ଭିନ୍ନ ଭିନ୍ନ ରୂପରେ,


ଆବଶ୍ୟକ ରୂପେ ନିର୍ମାଣ ରୂପର


ଜନଙ୍କ ଆବଶ୍ୟକ ଅନୁସାର।୨।


ଶିଶୁକାଳୁ କର ନିର୍ମାଣ ଶିଶୁର


କରିବାକୁ ହେବ ଯତ୍ନଟି ତାର,


ସେ ଯତ୍ନେ ହେବ ମଙ୍ଗଳ ଶିଶୁର


ଉଜ୍ଜ୍ବଳ ଭବିଷ୍ୟ ହେବ ତାହାର।୩।


ଦାମ୍ପତ୍ୟ ଜୀବନେ କର୍ତ୍ତବ୍ୟଟି ତୋର


ଯତ୍ନେ ପାଳୁ ଥିବୁ ଶିଶୁକୁ ତୋର,


ଆବଶ୍ୟକ ତାର ଯୋଗାଇ ଦେବୁରେ


ପରାମର୍ଶ ନେବୁ ଶିଶୁ ଡାକ୍ତର।୪।


ଶକ୍ତିଶାଳୀ ହେବ ଶିଶୁହିଁ ତହର


ସୁବୁ ଗୁଣେ ପୂର୍ଣ୍ଣ ହେବହିଁ ତାର,


ରାଷ୍ଟ୍ରର ବିକାଶେ ଆଗୁଆ ହେବରେ


ପ୍ରଗତି ହେବହିଁ ଦେଶ ଆମର।୫।


ବ୍ୟକ୍ତିତ୍ୱ ବିକାଶ ହୋଇବ ତେଭେରେ


ଯତ୍ନନରେ ପାଳିବୁ ଶିଶୁକୁ ତୋର,


ସବୁ ଗୁଣେ ହେବ ସମ୍ପନ୍ନ ଶିଶୁର


ଯତ୍ନନରେ ଗଢିବୁ ଶିଶୁକୁ ତୋର।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action