STORYMIRROR

Samar Ballav Bhoi

Abstract Romance Action

3  

Samar Ballav Bhoi

Abstract Romance Action

ରଙ୍ଗ ଖେଳ

ରଙ୍ଗ ଖେଳ

1 min
154


କମ୍ପ୍ୟୁଟର ର କଲର ପ୍ୟାଲେଟ ପରି 

ଏ ଯେଉଁ ଭିନ୍ନ ଭିନ୍ନ ରଙ୍ଗ ଦେଖୁଛ

ସେ ହିଁ କେବଳ ମୋ ପରି ରଙ୍ଗ ମଣିଷର

ପୁରୁଷ ପଣିଆର ପ୍ରତି ଚିହ୍ନ ପ୍ରୀତିଲେଖା 

ଯାହାକି ଆଜିଯାଏଁ କେହି ବୁଝି ନାହାନ୍ତି କି

ବୁଝିବାକୁ ପ୍ରୟାସ କରି ନାହାନ୍ତି।।


ଏ ରଙ୍ଗର ପରଶେ 

ତୁମକୁ ମୁଁ ଆଙ୍କି ପାରେ

କେଉଁ ଦୂର ଦିଗବଳୟରେ

କିମ୍ବା ଆଙ୍କି ପାରନ୍ତି ତୁମ 

ହୃଦୟର ପ୍ରତିଟି ସ୍ପନ୍ଦନକୁ 

ମୋ କଲର ପ୍ୟାଲେଟର  

ରଙ୍ଗର ବିଭିନ୍ନତାରେ ପ୍ରୀତିଲେଖା!!


ଯେତେବେଳେ ଯେଉଁଠାରେ

ଯେତେଥର ଆଙ୍କିଛି ତୁମ ପ୍ରତିଛବି

ସବୁଦିନ ସବୁଥର ତମ ନୀଳ ଆଖି , 

ତମ ଗୋଲାପି ଓଠ ଆଙ୍କି ଯାଏ 

ମୋର କଲର ପ୍ୟାଲେଟ ରେ 

ସ୍ମୃତି ହୋଇ ଛାପି ଯାଏ ‌ହୃଦୟରେ 

ସତରେ କେତେ ବାସ୍ତବ ତୁମେ

ପ୍ରୀତିଲେଖା!!


ତୁମେ ଗୋଲାପ ପରି ଅତି ମନୋରମ

ତୁମ ରୂପଚର୍ଯ୍ୟ ବର୍ଣ୍ଣନା ସହଜ ନୁହେଁ

ତୁମ ରୂପ ଲାବଣ୍ୟରେ ହଜିଛି ବାରମ୍ବାର

ମୁଁ ତମର ସେଇ ରଙ୍ଗ ମଣିଷ ପ୍ରିତୀ ଲେଖା!

ଯାହାକି ମୋ ଜୀବନ କଲର ପ୍ୟାଲେଟରେ

ତମେ ଆଙ୍କିଛ ବୁନ୍ଦା ବୁନ୍ଦା ରକ୍ତ ଛିଟାରେ

କଳ୍ପିତ ଚେହେରା ତମେ ପ୍ରୀତିଲେଖା!!


ଆଉ ମୁଁ !!

ତୁମକୁ ଭାବି ହେଉଛି ବର୍ଷ ସାରା

ତୁମକୁ ଦେହସାରା ବୋଳି ହେଉଛି

ମାଖି ହେଉଛି ପୁଣି ଖୋଜି ହେଉଛି

ଫଗୁଣର ପ୍ରତିଟି ହୋଲି ରେ

ରଙ୍ଗ ଖେଳର ଅଭୁଲା ସ୍ମୃତିର ବେଳାରେ

ତୁମକୁ ପ୍ରୀତିଲେଖା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract