ରଙ୍ଗ ଭରା ଭୂମି
ରଙ୍ଗ ଭରା ଭୂମି
କାଗଜି ମାତିଛି ରଙ୍ଗ ବେରଙ୍ଗରେ
ସାଜିଛି ପ୍ରେମିକା ପରି
ନାଲି, ହଳଦିଆ ଶାଢ଼ୀ କୁ ପାଢ଼ୀତା
ସୁନ୍ଦର ଲାଗୁଛି ଭାରି ।
ଗୋଲାପ, କେତକୀ, ଜୁଇଯାଇ ହେନା
ମାଳତୀ, ସେବତୀ ,କଢି
ମହକି ଉଠଇ ପ୍ରେମିକା ଗଭାରେ
ପ୍ରଣୟ ସଙ୍ଗୀତ ପଢି ।
ସଫା ସୁତରା ଏ ଚାନ୍ଦିନୀ ରାତିରେ
ଜହ୍ନ କୁ ଡାକୁଛି ମନ
ଚୋରା ପୀରତିରେ ଥାଏ ମଜା ଯେତେ
କିବୁଝିବି ତାକୁ ଦିନ ।
ରଙ୍ଗ ଭରା ଦୂର ପାହାଡ଼ କୁ ଦେଖି
ଆକାଶ ର ମନ ଖୁସି
ପଲାସୀ ଆଖି ରେ ପ୍ରେମ ଇଙ୍ଗିତରେ
ପାହାଡ଼ ଦେଉଛି ହସି ।
ବଣରେ ଲତାଏ ଋତୁମତି ହୋଇ
ପୀରତି ନିଶାରେ ଘାରି
ଶୁଖିଲା ଡାଳ କୁ ଆବୁରୀ ବସନ୍ତି
ବନ ଫୁଲ ସେଜ ପାରି ।
ନାଗ ନାଗୁଣି କଂ ଇଠା ପରି ଯୋଡି
ଝରି ପଡେ ବନ ମଲ୍ଲୀ
କୋଇଲି ଗାଇଲେ ଉଛନ ଜଙ୍ଗଲ
ସହର ହୁଅଇ ପଲ୍ଲି ।