STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ବାଦଶା

ବାଦଶା

1 min
258


ତୁମ ପ୍ରତି ମୋର ଇର୍ଷା 

ଆଖିର ସମସ୍ତ ବର୍ଷା 

ମେଘ ହୋଇଯାଏ ଆକାଶ ଛାତିରେ 

ଦେଖି ତମର ଏ ଜଲସା 

ତୁମ ବକ୍ଷରେ ଝରିପଡ଼େ ଯେବେ 

ଆକାଶୁ ମେଘର ଟୋପା 

ସେ ଟୋପାରେ ଥାଏ ଲୁହ ବାରିଦର ଶ୍ଳେଷା 

ଲୁଣ ଥାଇ ଯାହା ଲୁଣି ସେ ବୋଲାଏ 

ତୁମ ନୀଳରାଶି ହୁଏ ଲୋକହସା 

ଆକାଶ ତୁମର କଣ ହୁଏ କହିବକି 

ତୁମ ପାଇଁ ଏତେ ତୃଷା? 

ତୁମେ ଜୁଆର ଓ ଭଟ୍ଟା ଭିତରେ 

ଅନ୍ତଃସତ୍ଵା ହେଉଥିବ 

ଅନନ୍ତ କାଳ କାଳ ପାଇଁ 

ଗର୍ଭ ରେ ମୋତି ମାଣିକ ଅବା ଶାମୁକା 

ଢେଉ ଗଣୁ ଗଣୁ ବିଭୋର ଆଜି ମୁଁ 

ଦେଖି ତୁମ ଶୃଙ୍ଗାର ଭିସା 

ତମେ ତ ସଭିଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ 

ମୁଁ ପରିଧିର ଅଙ୍କକଷା 

ତୁମ ନୀଳ ନୀଳିମାର ଫେନିଳ ଉପତ୍ୟକାରେ 

ଖୋଜୁଥାଏ ମୁଁ ମୋ ବାଇଚଢ଼େଇର ବସା 

ବୁଝିଯାଏ ମନ ଆରେ ବାଇମନ 

ସଂସାର ଭିତରେ ଘର କରିଥିଲେ 

ଅଛି କେତେ ରାଗ ରୁଷା 

ସମୁଦ୍ର ତ ଏକ ଖିଆଲି ସ୍ବପ୍ନ ଟେ 

ଦିଗବାରେଣୀ ବାଦଶା

ନୀଳ ନୀଳିମାରେ ଧରି ରଖିଛ ରଙ୍ଗ ର ଆଶା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract