STORYMIRROR

Gangotri Priyadarshini

Action Inspirational Children

3  

Gangotri Priyadarshini

Action Inspirational Children

ଆମେ ରେ ଶିଶୁ

ଆମେ ରେ ଶିଶୁ

1 min
224


ମନ ଲଗେଇ ଆସ ପଢ଼ିବା ପାଠ

ତାହେଲେ ହୋଇବା ଉତ୍ତମ ଚାଟ

ଗୁରୁଜନ କଥା ଆମେ ସବୁ ମାନିବା

ଜନ୍ମଭୂମି ସେବାରେ ବ୍ରତୀ ହୋଇବା ।।

ପରିବେଶ ସ୍ୱଚ୍ଛ ଆମ ସଦା ରଖିବା 

ପ୍ରଦୂଷଣ ମୁକ୍ତ ପରିବେଶ ଗଢିବା

ସୂର୍ଯ୍ୟ କିରଣ ବୃହତ ଶକ୍ତିର ଉତ୍ସ

ପୃଥିବୀ ଗ୍ରହକୁ ମିଶି ରଖିବା ସ୍ୱଚ୍ଛ ।।

ଜଳ ଜଙ୍ଗଲ ବାୟୁର ସୁରକ୍ଷା ଭାର

ଆସ ସଭିଏଁ ମିଶି କରିବା ସ୍ବୀକାର

ଗଛ ଲଗାଇବା ସୁନ୍ଦର ପୃଥିବୀ ପାଇଁ

ଧରା ଭଳି ଗ୍ରହ ଆଉ ବ୍ରହ୍ମାଣ୍ଡରେ ନାହିଁ ।।

ଶୁଣିରଖ ଜଳ ପ୍ରକୃତିର ମହାନ ଦାନ

ଅପଚୟ କଲେ ସଭିଏଁ ହେବା ହୀନିମାନ

ଆବଶ୍ୟକତା କୁ ଦେଖି ଉପଯୋଗ କରିଲେ

ପରିବେଶ ସୁରକ୍ଷାକୁ ସର୍ବେ ଗୁରୁତ୍ବ ଦେଲେ ।।

ପ୍ରକୃତି ଆଶୀର୍ବାଦ ରେ ସମ ଅଂଶବିଶେଷ

ବଞ୍ଚି ବଞ୍ଚାଇବା ଆମେ ହୃଦେ ନରଖି ରୋଷ

ବିଦ୍ୟା ସାଥେ ଖେଳକୁଦ ନୂଆ ତଥ୍ୟ ଶିଖିବା

ତୁଳସି ସମ ବାଲ୍ୟକାଳୁ ଉତ୍ତମ ଶିଶୁ ହୋଇବା ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action