ରଙ୍ଗ
ରଙ୍ଗ
ଆକାଶର ରଙ୍ଗ
ଧରିତ୍ରୀକୁ ବାସେ
ଦେଖୁଥାଏ ଦିନରାତି,
ପ୍ରେମିକାର ତନୁ
ହଳଦୀ ମାଖିଲେ
ପ୍ରେମିକ ଉଠଇ ମାତି ।
ଜୋଛନା କୁ ଦେଖି
ନୀଳ ସାଗରସେ
ତରଙ୍ଗରେ ଫୁଲି ଉଠେ,
ପାଗଳ ପରିକା
କୂଳକୁ ଲଙ୍ଘଇ
ମତୁଆଲା ଜଳ ଛାଟେ ।
ସବୁଜ ଜଙ୍ଗଲ
ଘଞ୍ଚ ବୃକ୍ଷ ଲତା
ପଶୁ ପକ୍ଷୀ ଙ୍କର ଘର
ଖୁସି ମନେ ବୁଲି
ଦୁନିଆଁ କୁ ଭୁଲି
ଭାବନ୍ତି ନି କିଏ ପର ।
ହଳଦୀ ବସନ୍ତ
ଶୁଭ ବି ଏମନ୍ତ
ଦିନଟି ସୁଭରେ ଗଲେ
ସୁଆସାରି ଦୁହେଁ
ପଞ୍ଜୁରୀ ଭିତରେ
ଆମ ଭାଷା ବୋଲି ଦେଲେ ।
ହଳଦିଆ ନାଲି
ପିନ୍ଧି ଗଲେ ଚାଲି
ଫୁଲ ପକା କମ ଶାଢ଼ୀ
ଲାଗିଯାଏ ଆଖି
ସହଚରୀ ସଖୀ
ପ୍ରଣୟ ପରଶ ବାଢି ।
ମଲ୍ଲୀ ଚମ୍ପା କଢି
ଗଛ ଗଲେ ବଢି
ସୁବାସ ସୁନ୍ଦର ପରି
ପୁରୁଷ କି ନାରୀ
ରୂପ ଗୁଣ ଧରି
ମହାକାଇ ଦିଏ ଧରି ।
ବସନ୍ତ ମଳୟ
କୁସୁମ ବଳୟ
ଅଙ୍ଗେ ଅଙ୍ଗେ ରଙ୍ଗ ଭରା
ପରାଗ ଅଭିର
ପ୍ରବେଶ ଗଭୀର
ଆକାଶକୁ ଶୋଭା ଧରା ।

