STORYMIRROR

Samar Ballav Bhoi

Romance Action Inspirational

3  

Samar Ballav Bhoi

Romance Action Inspirational

ରଙ୍ଗ ତୂଳୀ

ରଙ୍ଗ ତୂଳୀ

1 min
167


ଭାବନା ରଙ୍ଗର ଭାବ ତୂଳୀ ଧରି

ଆଙ୍କି ଯାଏ କେବେ ଚେହେରା ତୁମରି

ଚିତ୍ରଶିଳ୍ପୀର ରଙ୍ଗତୂଳୀ ହାତେ ଧରି ଧରି

ଆଙ୍କି ଯାଏ କେତେ ମନର ମୟୂରୀ।। 


ଇନ୍ଦ୍ରଧନୁର ସପ୍ତରଙ୍ଗର ରଙ୍ଗତୂଳୀ ଧରି

ଆଙ୍କି ଦେଇ ଯାଏ ଆକାଶ ବକ୍ଷକୁ ଚିରି

ପ୍ରକୃତିର ସବୁ ଚର୍ଚ୍ଚିତ ଚେହେରା 

ରଙ୍ଗତୂଳୀ ରେ ଆଙ୍କିଯାଏ କେତେ ରୂପ ଧରି।।


ରଙ୍ଗତୂଳୀ ଧରି ବସିଛି ମୁଁ କାହିଁ କେତେ ଦିନୁ

ଆଙ୍କି ବାକୁ ତୁମ ପ୍ରିତିର ପ୍ରତିମା ଛବି

ଆଙ୍କି ହେଉନାହିଁ ତୁମ ଲାବନ୍ୟା ପ୍ରତିମା ତନୁ

ସମୟର ତାଳେ ଆଙ୍କୁଛି ମୁଁ ଭାବି ଭାବି।। 


ପ୍ରକୃତି କୋଳେ ଚିର ସବୁଜିମା ଯାଆନ୍ତା କି ପୁରି

ଏହି ରଙ୍ଗତୂଳୀ ଧରି ଆଙ୍କନ୍ତି ଜୀବନ୍ତ କରି

ଅବିଶ୍ବାସ ଅନୀତି ଅଧର୍ମ ସବୁ ଚିତ୍ରିତ ହୁଅନ୍ତା

ବଦଳି ଯାଆନ୍ତା ମଣିଷ ସ୍ବଭାବ ଚିତ୍ର ପରି।।  


ଆଙ୍କିବାକୁ ସବୁ ପ୍ରୟାସ କରିବା 

ଭାବନା ର ସବୁ ରଙ୍ଗ ଧରି

ଭଲ ମଣିଷ ଟି ବାସ୍ତବ ଦୁନିଆ

ନିର୍ମାଣ କରିବ ରଙ୍ଗତୂଳୀ କୁ ଧରି।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance