STORYMIRROR

kamal kumar dash

Romance Action

3  

kamal kumar dash

Romance Action

ନିରବତା

ନିରବତା

1 min
270


କlହାର ଓଠରୁ  ତୁମ ନାମ ଶୁଣି 

    ଚମକି ପଡିଲି ଥରେ 

ବୁଲିକି ଦେଖିଲି  କେହି ନାହିଁ ଏଠି 

   ନିରବତା ଚାରୀ କରେ (1)


କାହିଁକି କେଜାଣି  ଖାଲି ଖାଲି ଲାଗେ 

     ତୁମେ ଗଲେ ଏଠୁ ଦୂରେ 

ମନ ହଜି ଯାଏ    ଅଜଣା ଦୁଃଖରେ 

    ହୃଦୟ କହରେ ପୁରେ (2) 

ତାପରେ ଭାବିଲି ତୁମ ସ୍ମୃତି ବୋଧେ 

    ଘୁରୁଛି ମୋ ଚାରି କରେ 

ହୃଦୟ ଟା ବୋଧେ  ତୁମକୁ ଖୋଜୁଛି 

   ମନଟା ତୁମକୁ ଝୁରେ (3)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance