ତଥାପି ମଣିଷ
ତଥାପି ମଣିଷ
କେତେ ଝରାଫୁଲ ଝରି ପଡିଲେଣି
ଭଅଁର ପ୍ରେମରେ ହୋଇ ପାଗଳ
କେତେ ମଲ୍ଲିକଳି ବୃନ୍ତଶୁନ୍ୟେ ଝଳି
ଆପଣେଇ ନେଲେ ଧରଣୀ କୋଳ ।
କେତେ ଫୁଲ ପ୍ରଭୁ ଶିରରେ ନଲାଗି
ଉପହାର ସାଜେ ଉଚ୍ଛିଷ୍ଟ ହାତେ
ଆଉ କେତେ ଫୁଲ ରାଜପଥ ପଡ଼ି
ଦଳିତ ସାଜନ୍ତି ପାଦ ଆଘାତେ ।
ଫୁଲର ମୂଲ କେ ବୁଝିପାରେ ଆଜି
ଫୁଲ ତ ବୁଝିନି ନିଜ ମହତ
ଭଅଁର ବୁଲୁଛି ମହୁ ଖୋଜି ନିତି
ଫୁଲଦେଖି ହୁଏ ଅଣ ଆୟତ ।
ଫୁଲ ନାରୀ ଭୂମି ଥରେ ବିଦାରିତେ
ହଟଇ ସୌନ୍ଧର୍ଯ୍ୟ ଅଙ୍ଗୁ ତାହାର
ନିଜ ସ୍ବାର୍ଥ ସୁଖେ ମନ ଯା ନିରତ
ଏକଥା ବୁଝେନା ନର ଭ୍ରମର ।
ମୋହିନୀ ମୋହରେ ନିତି ବଳିପଡେ
ମୋହିତ ଭଅଁର କବଳେ ପଡ଼ି
ଅବଳା ଦୁର୍ବଳା ଫୁଲ ନାରୀ ଧରା
ସକଳ ଶକ୍ତିର ଅଧାରେ ବଢ଼ି ।
ଜାଣି ବି ମନୁଷ୍ୟ କାଳେହୋଇ ବଶ
ନିଜ କବଳିତ ମଣି ଏମହି
ନିଜ ଗୋଡେ ନିଜ କୁଠାର ଆଘାତି
ପାପକରେ ନିଜ ସ୍ୱାର୍ଥର ପାଇଁ ।
ନରପତୀ ଗଲା ନ୍ୟାୟ ବୁଡିଗଲା
ଅନୁଶାସନର ଶାସନ ଏଠି
ସନମାନେ ଖାଲି ନିଜନିଜ ସ୍ବାର୍ଥ
ବିଅର୍ଥ ସାଜଇ ପ୍ରଜା ନ୍ୟାୟଟି ।
ପ୍ରଜା ଆଜି ମରେ ଭୋକ ଉପାସରେ
ତେଲିଆ ମୁଣ୍ଡରେ ମାଖଇ ତେଲ
ଧୁରନ୍ଧର ପଣ ଦେଖାଇ ପଦାକୁ
ସୁନ୍ଦରତା ସାଥେ ନିଇତି ଗେଲ ।
ହୁନ୍ଦର ବେଭାର ଉଦାରତା ରୂପ
କିଏବା ବୁଝିବ ମନୁଷ୍ୟ ମାୟା
ହେଉ ଅବା ଧନ ହେଉ ବା ଯୌବନ
କ୍ଷଣସ୍ଥାୟୀ କିନ୍ତୁ ବିସ୍ତାର କାୟା ।
ଏହିପରା କଳି କଳୁଷିତ ପୂର୍ଣ୍ଣ
କଳି ନପରିବା ମଣିଷ ଖେଳ
ଏ ମଣିଷ ଆଜି ଅମଣିଷ ସାଜି
ମଣିଷ ସାଜୁଛି ମଣିଷେ କାଳ ।