STORYMIRROR

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଗୁରୁ ମୋର ଜଗନ୍ନାଥ

ଗୁରୁ ମୋର ଜଗନ୍ନାଥ

1 min
172


ଗୁରୁ ମୋର ଜଗନ୍ନାଥ

   ପୁଣି ପିତାମାତା

ଜଗତକୁ ଶିକ୍ଷା ଦିଏ

   ସେ ଭାଗ୍ୟ ବିଧାତା |

ମନୁଷ୍ୟକୁ ସଂସାରରେ

   ଜନମ ଦେଇଛି

ନର ଦେହେଁ ନାରାୟଣ

   ଜଗତ ପାଳୁଛି |

ତା' ପରି ଗୁରୁଟେ ପାଇ

   ଧନ୍ୟ ମୋ ଜୀବନ

ଯାହା ବି ଦେଇଛି ସବୁ

   ଅଟେ ତାର ଦାନ |

କି ଦ୍ରବ୍ୟ ତାହାକୁ ଦେବି 

   ମନରେ ଭାବିଛି 

ଦେହ, ମନ, ପ୍ରାଣକୁ ତ

   ଅର୍ପଣ କରିଛି |

ସିଏ ଗୁରୁ ମୋର ପୁଣି

   ଅଟେ ପ୍ରାଣ ସଖା

କରୁଛି ପରୀକ୍ଷା ମୋତେ

   କେବେ ଦେବ ଦେଖା |




Rate this content
Log in

Similar oriya poem from Abstract