Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Classics

3  

Prahallad Sahoo

Classics

ଭାବର ବନ୍ଧନ ରାକ୍ଷୀ

ଭାବର ବନ୍ଧନ ରାକ୍ଷୀ

1 min
176


ଶ୍ରାବଣ ମାସରେ   ପୂର୍ଣ୍ଣିମା ତିଥିରେ 

    ଆସି ଥାଏ ଏହି ପର୍ବ ।

ପୃଥି କମ୍ପୁ ଥାଏ   ଆନନ୍ଦ ଉଲ୍ଲାସେ 

    ହିନ୍ଦୁ ସଂସ୍କୃତି ଗୌରବ ।।


ଦ୍ରୌପଦୀ ବାନ୍ଧିଲେ  ପଣତ କାନିରେ 

   ଶ୍ରୀକୃଷ୍ଣଙ୍କ କ୍ଷତ ଦେଖି । 

କୋଟି ଵସ୍ତ୍ର ଦେଲେ  କୁରୁ ସଭା ତଳେ 

  ସଖା ରୂପେ ଶୁଭାକାଙ୍କ୍ଷୀ ।।


ଗୋପନାରୀ ଯେତେ  ରାକ୍ଷୀବାନ୍ଧି ପ୍ରୀତେ 

    କଳାକାହ୍ନୁର ଶ୍ରୀହସ୍ତେ ।

କଂସର ପ୍ରତାପୁ    ରକ୍ଷା କରିବାକୁ 

   ଗୁହାରୀଲେ ଯୋଡହସ୍ତେ ।।

    

ପ୍ରଭୁ ବଳଭଦ୍ର    ସେ ଦିନ ଜନ୍ମିତ 

    ଶୁଭା ଶୁଭ ଅହର୍ନିଶ । 

ସେ ରଙ୍ଗା ଅଧର  ଅତି ମନୋହର

    ଦେଖିଦେଲେ ମନଖୁସି ।।

    

ଭାଇ ଭଉଣୀଙ୍କ    ଭାବର ବନ୍ଧନ

    ଭବ ସଂସାରର ରାକ୍ଷୀ 

ଭଉଣୀର ତ୍ୟାଗେ  ଭାଇ ସୁଖଭୋଗେ 

   ଯୁଗ ଯୁଗକୁ ସେ ସାକ୍ଷୀ ।।


ମୋଗଲ ସମ୍ରାଟ   ହୁମାୟୁନ ହାତେ 

   ରାଣୀ କର୍ମାବତୀ ଦିନେ 

ବାନ୍ଧିଥିଲେ ରାକ୍ଷୀ  ଧର୍ମ ସାଖି ରଖି 

   ଚିତୋର ରକ୍ଷା ନିମନ୍ତେ ।।


ଭାଇ ଭଉଣୀର    ପରବ ପ୍ରୀତିର   

    ସମ୍ପର୍କର ରଜ୍ଜୁଟିଏ ।

ଥରେ ବାନ୍ଧିଦେଲେ  ବନ୍ଧନକୁ ତୁଲେ 

   ସ୍ନେହର ପ୍ରତୀକ ସିଏ ।।



Rate this content
Log in

Similar oriya poem from Classics