STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ଶୂନ୍ଯବାସୀ

ଶୂନ୍ଯବାସୀ

3 mins
121

ଶୂନ୍ଯରେ ଆତଯାତ ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର।  

ଶୂନ୍ଯରୁ ଉଦ୍ଭବ ଏହି ଶଷାଗରା ବିଶାଳ ଜଗତ।


ଶୂନ୍ଯଗୁରୁ ବିନା ହଲେନା ପତ୍ର, କଁଅଳେନା ଘାସ।

ସେହି ଶୂନ୍ଯପୁରୁଷ ମହାଶୂନ୍ଯରେ ଯାହାଙ୍କ ବାସ। 


ଶୂନ୍ଯବ୍ରହ୍ମଙ୍କ ନିର୍ଦ୍ଦେଶରେ "ସୃଷ୍ଟି" ହୋଇଛି ସମ୍ଭବ। 

ଶୂନ୍ଯବିହାରୀ ଶୂନ୍ଯରେ କରନ୍ତି ବିହାର ଅବିରତ।


"ଶୂନ୍ଯସ୍ବରୂପ ପ୍ରଭୁ ସେ ଶୂନ୍ଯବିହାରୀ 

ଶୂନ୍ଯ ରୂପେ ଶୂନ୍ୟତାକୁ ଶୂନ୍ଯରେ 

ଗଢିଛନ୍ତି ନିରାକାର ରୂପେ ଅବତରି।"


ଠୁଳ ଶୂନ୍ଯବାସୀ ପ୍ରଭୁ ଅଣାକାର ଅଯୋନିସମ୍ଭୂତ 

ଅଦେହେ କରନ୍ତି ଲୀଳାଖେଳା ଶୂନ୍ଯପୁରେ ସେ'ତ।


ଜ୍ଞାନ ନେତ୍ରରେ ସେ ଶୂନ୍ୟତାର କରିଲେ ସନ୍ଧାନ। 

ତାଙ୍କ କୃପାବଳେ ସୁଗମ ହେବ ପଥ ମହାଶୂନ୍ଯ। 


ଅନାଦି, ଅଲେଖ, ଅବ୍ୟକ୍ତ ପ୍ରଭୁ ଅନ୍ତର୍ଯ୍ୟାମୀ 

ସକଳ ଘଟେ ବିରାଜିତ ଭିନ୍ନାଭିନ୍ନ କର୍ମ ଘେନି।


"ପ୍ରାର୍ଥିବ ଦୁନିଆରେ ରହି ମୋହ ମାୟାର ଉର୍ଦ୍ଧ୍ବରେ ଯେ 

ସେହି ଶୂନ୍ଯତାକୁ ଅନୁଶରଣକରି ପ୍ରଭୁ ଶୂନ୍ଯସ୍ବରୂପଙ୍କୁ 

ଜ୍ଞାନ ନେତ୍ରରେ ଭେଟିପାରେ ସେ ହିଁ ପ୍ରଭୁଙ୍କର ପରମ ଭକ୍ତ।"


ସେ ଅରୂପଙ୍କ ରୂପ ଚର୍ମ ନେତ୍ରେ କାହୁଁ ଦେଖିବ, 

ସେ ଅନାମଙ୍କ ନାମ କିଏ ଅବା ଦେଇପାରିବ!


ସର୍ବରୂପେ, ସର୍ବକାଳେ, ସର୍ବନାମେ 

ବିଦ୍ଯମାନ ସେ ପୂର୍ଣ୍ଣବ୍ରହ୍ମ ସର୍ବସ୍ଥାନେ।


ବିଶାଳ ବ୍ରହ୍ମାଣ୍ଡରେ ମାଆର ଗର୍ଭ ଠାରୁ,

ଅଧିକ ଶୂନ୍ଯତା ନାହିଁ ବୋଧେ କିଛି ଆଉ! 


ଏ ଜୀବ ଶୂନ୍ଯ ଜଠର ମାଆର ଗର୍ଭରୁ ଜନ୍ମିତ,

ପିତା ମାତା ଆଶିର୍ବାଦେ ଜ୍ଞାନତତ୍ତ୍ବ କରେ ପ୍ରାପ୍ତ। 


ସେ ଗର୍ଭଗୃହ ଠାରୁ ବୃହତ ଦୟା, ଶାନ୍ତି, ଜ୍ଞାନ, ଶକ୍ତି,

କ୍ଷମାର ଭଣ୍ଡାର ମହାର୍ଘ ନୀଳକାନ୍ତ ନାହିଁ ଆଉ କିଛି। 


ମନ୍ଦିର ଗର୍ଭଗୃହେ ଦେବୀ ମାଆଙ୍କ ଦର୍ଶନ ଲାଭ ହୁଏ,

କିନ୍ତୁ ମାଆର ଗର୍ଭ ଗୃହରେ ଜୀବ ସତ୍ତାର ସୃଷ୍ଟି ହୁଏ।


ସେହି ଜୀବ ସଂସ୍କାରୀ ହେଲେ ମାଆର ଆରାଧନା କରେ, 

ସେ ସର୍ବଶକ୍ତିମାନ  ପ୍ରଭୁ ପରଂବ୍ରହ୍ମଙ୍କ  ଆଶ୍ରିତ ବି ହୁଏ। 


"ଜୀବ, ଭୌତିକ ଭାବ ଧାରାରେ 

ଶୂନ୍ଯରୁ ଶୂନ୍ୟ ହସ୍ତରେ ହୋଇ ଜାତ,

ଧରାଧାମରେ ପଦାର୍ପଣ କରି 

ପ୍ରଭୁଙ୍କ ନିର୍ଦ୍ଦେଶରେ ହୁଏ ପାଳିତ।"


ଶୂନ୍ଯରୁ ଧିରେ ଧିରେ ମହାଶୂନ୍ୟକୁ ସେ ହୁଏ ଅଗ୍ରସର, 

ଧିରେ ମାୟାରେ ଆକର୍ଷିତ ହୋଇ ଭୁଲିଯାଏ ସଦାଚାର।


ଧନ, ଦାରା, ସୁତ କେହି ନୁହେଁ ପଥ ସଙ୍ଖାଳୀ 

କାମ, କ୍ରୋଧ, ମୋହ, ମାୟାରେ କିମ୍ପା ତୁ ବାଉଳି।


ଆସିଛୁ ଶୂନ୍ଯ ରୁ ଯିବୁ ମହାଶୂନ୍ଯ କୁ ଶୂନ୍ଯ ହସ୍ତରେ

ତୋର ମୋର କହି କାହିଁ ସଢୁ ଅଛୁ ମିଛ ଶୂନ୍ଯରେ।


"ମାତୃ ଗର୍ଭରେ ଥାଇ କରିଥିଲୁ ପଣ,

     ଶୂନ୍ଯ ବ୍ରହ୍ମଙ୍କର ହେବୁ ଶରଣାପନ୍ନ।

କିନ୍ତୁ ମୋହ ମାୟାରେ ହୋଇ ଆଛନ୍ନ, 

    ଧିରେ ଭୁଲିବାକୁ ଲାଗିଲୁ ସେ ପଣ।"


ଶୂନ୍ଯ ରେ ଥାଇ ଶୂନ୍ଯବାସୀ କରିବେ କଲ୍ଯାଣ

ଶୂନ୍ଯକୁ ହାତ ଟେକି ସମର୍ପି ଦେଲେ ମନ ପ୍ରାଣ।


ଚିତ୍ତେ ଚିନ୍ତାକର ଶୂନ୍ଯ ଦେହି ଙ୍କୁ ମତି କରି ସ୍ଥିର

ଶୂନ୍ୟେ ଥାଇ ଶୂନ୍ଯବାସୀ କରିବେ ଏ ଭବୁ ପାର।



Rate this content
Log in

Similar oriya poem from Abstract