ମୁଁ କିଛି ଲୁଚାଇବିନି ତୁମକୁ
ମୁଁ କିଛି ଲୁଚାଇବିନି ତୁମକୁ
ଲୁଚିବା ଆଉ ଲୁଚାଇବାରେ
ଯଦି ମିଳୁଥାନ୍ତା ଅଫୁରନ୍ତ ଆନନ୍ଦ
ତେବେ ମୁଁ ଲୁଚି ଯାଇନ୍ତିକି
ତୁମର ସେ ଗୋଲାପି ପଣତ ତଳେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ କଜ୍ବଳ ପୁରିତ ଲୋଚନ ଧାରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ଘନ କେଶ ଉତ୍ତାଳ ତରଙ୍ଗ ମାଳାରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ପ୍ରୀତିପ୍ଳୁତ ହୃଦୟ ଗହ୍ବରରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ରକ୍ତିମ ଅଧର ତୀରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ହସର ଜୁଆର ରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ଅଭିମାନିନୀ ବିରହୀ ଭଟ୍ଟାରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ଅଭୁଲା ସ୍ମୃତି ଫରୁଆରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ କମନୀୟ ରୂପକାନ୍ତିରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ମିଠା ମିଠା ଚୁମ୍ବନ ରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ଅଳସୀ ଚାଲିରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ କଟି ମେଖଳାର ଫାସରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ମହନୀୟ ମହାନତାରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ଐକାନ୍ତିକ ଜୀବନ ଧାରାରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ସାଶ୍ୱତ ପ୍ରେମ ଫଲଗୁ ଧାରାରେ,
ମୁଁ ଲୁଚିଯାଆନ୍ତିକି
ତୁମ ସେ ରାଧାକୃଷ୍ଣ ମାନଭଞ୍ଜନ ରେ,
ଲୁଚେଇବାକୁ ଚେଷ୍ଟା କରିଛି ସେ ସବୁକୁ
କିନ୍ତୁ
ନାଁ, ମୁଁ ଲୁଚେଇପାରୁଛି !
ନାଁ, ମୁଁ ଲୁଚିପାରୁଛି !
କେବଳ ସେହି ସ୍ମୃତି ଓ ବିସ୍ମୃତିରେ
ହଜିଯାଇଛି !
ଇତି
ତୁମର ମୁଁ