STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

ବିଜୟ

ବିଜୟ

2 mins
180


ସଙ୍କଟ ମୋଚନ ବଜରଙ୍ଗବାଲି 

ଏକ ନିର୍ଦ୍ଦିଷ୍ଟ ସମୟାନ୍ତରରେ 

ପ୍ରଭୁ ଶ୍ରୀରାମ, ମାତା ସୀତା

ଏବଂ ଅନୁଜ ଲକ୍ଷ୍ମଣଙ୍କ ହୃଦୟକୁ

ନିଜର ଭକ୍ତିପୂତ ନିଃସ୍ବାର୍ଥପର ସେବାରେ 

ଜିତି ପାରିଥିଲେ।


ପବନ ନନ୍ଦନ ଭକ୍ତ ହନୁମାନଙ୍କର ସାହଚର୍ଯ୍ଯ 

ବନବାସର ଆଉ ଏକ ଅମୂଲ୍ଯ ନିଦର୍ଶନ।


ବାନର ସେନାର ନେତୃତ୍ବ କରି ସେତୁବନ୍ଧ ନିର୍ମାଣ,

ମାତା ସୀତାଙ୍କୁ ଠାବ କରିବାକୁ ଯାଇ ଲଙ୍କା ଦହନ।

ଲକ୍ଷ୍ମଣଙ୍କୁ ମୃତ୍ୟୁ ସଞୀବନି ଦେଇ ପ୍ରାଣ ଦାନ,

ପ୍ରତିକ୍ଷଣେ ପ୍ରଭୁ ଶ୍ରୀରାମଙ୍କୁ ସେବା ପ୍ରଦାନ।


ଏହା ଆଉ ଏକ ବିଜୟର ଚିତ୍ର ନୁହେଁ ତ କଣ!


ସର୍ବୋପରି ବିଜୟର ଚିତ୍ର ଆଜିବି 

ଜନ ମାନସରେ ଜୀବନ୍ତ ହୋଇ ରହିଛି ---

ଯେଉଁଦିନ ପ୍ରଭୁ ଶ୍ରୀରାମ 

ଚଉଦ ବର୍ଷ ବନବାସ ପରେ

ସହଧର୍ମିଣୀ ସତୀ ସୀତା, 

ଅନୁଜ ଲକ୍ଷ୍ମଣଙ୍କ ସଙ୍ଗେ

ଅଯୋଧ୍ଯାନଗର ପ୍ରତ୍ଯାବର୍ତ୍ତନ କରିଥିଲେ।


ବିଜୟର ରଣ ଦୁନ୍ଦୁଭି ରେ ସମଗ୍ର ବିଶ୍ବ 

ସେଦିନ ପ୍ରକମ୍ପିତ ହୋଇଥିଲା ।

ବିଜୟ ଉଲ୍ଲାସରେ ସମଗ୍ର ଅଯୋଧ୍ଯାନଗର 

ଦୀପମାଳାର ଆଲୋକରେ 

ଆଲୋକିତ ହୋଇଉଠିଥିଲା। 


ଏକ ରାଜାର ପୁତ୍ର ଏବଂ ଉତ୍ତର ଦାୟୀ ଭାବେ,

ଏକ ଭାଇର ପରମ ଭାତୃତ୍ବ ଓ ଭକ୍ତି ଭାବରେ, 

ଏକ ରାଜ୍ଯର ଶ୍ରେଷ୍ଠ ପ୍ରଜାବତ୍ସଳ ରାଜା ଭାବେ,

ଏକ ପତ୍ନୀର ପରମ ପ୍ରୀୟ ସହଧର୍ମୀ ଭାବରେ  

ଭିନ୍ନ ଏକ ନୂତନ ରାମରାଜ୍ୟର ସୃଷ୍ଟି ହୋଇଥିଲା

ଯାହା ଆଜିବି ଅଦୀତିୟ ବିଜୟର ଚାରୁଚିତ୍ରପଟ୍ଟ

କେବଳ ଅଯୋଧ୍ଯା ନୁହେଁ

ସାରା ସଂସାର ଏତାଦୃଶ ଦୃଶ୍ଯରେ ବିମୋହିତ ।

ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ

ମର୍ଯ୍ୟାଦାର ଭୂୟସୀ ପ୍ରଶଂସାରେ

ଗଗନ ନବନ ଆଚମ୍ବିତ।।



Rate this content
Log in

Similar oriya poem from Abstract