STORYMIRROR

Prahallad Sahoo

Abstract Classics Inspirational

3  

Prahallad Sahoo

Abstract Classics Inspirational

କଲବଲ ଜୀବନ

କଲବଲ ଜୀବନ

1 min
202

ବଞ୍ଚି ଥାଉ ଥାଉ ଅଣନିଶ୍ଵାସୀ ହେବୁ ପରା

ଜୀବନଟା ଖାଲି କଲବଲ,

ଟଣା ଓଟରା କରିବେ ପୁଅ ପୁତୁରା 

ସାଜି ସ୍ବାନ ଶୃଗାଳ। 


ଟିପଚିହ୍ନ ନେଇ ହଡପି ନେବେ 

ଧନ ଦରବ ଯେତେ ସବୁ ତୋର,

ମୁର୍ମୁଷୁ ବେଳରେ ଅଣଦେଖା କରି 

ସଞ୍ଚିତ ଧନକୁ କରିବେ ନିଜର । 


ପିଣ୍ଡରୁ ପ୍ରାଣ ଚାଲିଗଲା ପରେ

ଶବ କହି ତୋତେ ନେବେ ସ୍ବର୍ଗଦ୍ବାର,

ଚନ୍ଦନ କାଠରେ ଘୃତାହୁତି ଦେଇ

ଜାଳି ଦେବେ ପ୍ରାର୍ଥିବ ଶରୀର ତୋର।


ମଶାଣି ଭୂଇଁରେ ବି କଲବଲ ଏ ଜୀବନ

ଖେଂଚି ଖାଂଚି ଖେଂଚଣାରେ,

ମଲା ଦେହଟି ଅଗ୍ନିକୁ କରିବେ ବିସର୍ଜନ

କପଡା ବାନ୍ଧି ନାକରେ। 


ଜୀବନଟା ଏଠି କଲବଲ


ଧର୍ମ ଧନ କରିଥିଲେ ସଂଚୟ

ଧର୍ମ ଦ୍ବାରେ ହେବୁନି ଧର୍ମଦ୍ରୋହୀ,

ପ୍ରାଣ ଥିବାଯାଏ କଲବଲ ହେବୁ

ମୃତ୍ଯୁ ପରେ ତୁ ପାଇବୁ ମୁକତି ।।


ଏଇତ ନିୟତିର ଖେଳ

ସୁକର୍ମ କରିଥିଲେ ଯିବୁ ସ୍ବର୍ଗପୁର,

ଦୁଷ୍କର୍ମେ ନାହିଁ ଏଠି ସ୍ଥାନ

ବୁଝିଥିଲେ ଯିବୁନାହିଁ ନର୍କପୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract