STORYMIRROR

Anuja Behera

Abstract Classics Others

3  

Anuja Behera

Abstract Classics Others

ଗୁରୁ ସାକ୍ଷାତ ପରଂବ୍ରହ୍ମ

ଗୁରୁ ସାକ୍ଷାତ ପରଂବ୍ରହ୍ମ

1 min
167

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର

ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ


ସମର୍ପିତ ଗୁରୁ ଉଦ୍ଦେଶ୍ୟରେ


ଗୁରୁ ଦୟାବାରେ କୁସୁମିତ ହୁଏ ଶିଷ୍ୟ ଭବ ଚଲାପଥ

ମୁଁ ଅଧମ ନର କରେ ନମସ୍କାର ନମ ଗୁରୁ ବିଶ୍ବନାଥ


ଜଗତରେ ଗୁରୁ ଜ୍ଞାନ ମହାମେରୁ ଦୟା କ୍ଷମାର ସାଗର

ଜ୍ଞାନର ପ୍ରଦିପ ମୋ ମନେ ଜଳାଇ ହର ଗୁରୁ ଅନ୍ଧକାର


ନାହିଁ ଅନ୍ୟ ଗତି ଗୁରୁ ବିନା ସାଥୀ ଜଗତେ ପଡିଛି ଜଣା

ଗତି ମୁକ୍ତି ଦାତା ଭାଗ୍ୟ ବିଧାତା ବୁଝେ ଅନ୍ତର ବେଦନା


ତବ ପାଦେ ମନ ରହୁ ସଦା ଲୀନ ଭକ୍ତି ପଥେ ମୋର ମତି

ବିପଦ ଆପଦ ନାଶିବ ମୋ ଖେଦ ଘୁଞ୍ଚା ଦେବଟି ଦୁର୍ଗତି


ଗୁରୁ ପରଂବ୍ରହ୍ମ ସାକ୍ଷାତ ଇଶ୍ଵର ନ ମଣ ହେ କେବେ ନର

ଗୁରୁ ହିଁ ବ୍ରହ୍ମାଣ୍ଡ ହୃଦ ପ୍ରାଣ ପିଣ୍ଡ ଦେଖାଏ ମୁକ୍ତିର ଦ୍ବାର 


ଜୀବର ସାର୍ଥକ ଭବେ ଜୀବ ରଥ ମୋକ୍ଷ ଏକା ଗୁରୁ ଜ୍ଞାନ

ଜ୍ଞାନର ପଥିକ ଶୁଦ୍ଧ ସଂଯୋଜକ କାଷ୍ଠ କୁ କରେ ଚନ୍ଦନ


                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract