STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ଧନ୍ୟ ହେ ପତ୍ନୀ

ଧନ୍ୟ ହେ ପତ୍ନୀ

1 min
201


ଜଣେ ବିବାହିତା ନାରୀର ମନରେ ଉଠୁଥିଲା ଅନେକ ପ୍ରଶ୍ନର ଲହଡ଼ି।

ବିବାହ କରି ଘର ସଂସାର ଗଢ଼ିଲି,

ହେଲେ କଣ ଆସିଲା ମୋ ଭାଗରେ?


ଦୁନିଆ କୁ ଦେଖିବାର ଥିଲା ଅନେକ ଲାଳସା,

ହେଲେ ଢାଙ୍କି ଦିଆଗଲା ମୋ ମଥା କୁ ଓଢ଼ଣୀ ରେ। 


ସାଜ ଶୃଙ୍ଗାର ଆଉ ରଙ୍ଗୀନ ଲୁଗାରେ ଦିଶୁ ଥିବି ପରୀ ଟିଏ ପରି ହେଲେ ପାଇଲି ମୋ ସୌନ୍ଦର୍ଯ୍ୟ ର ଛବି,ବେଲଣା ପେଡ଼ି ର ରୋଟିରେ।


ପତିଙ୍କ ଭଲ ପାଇବା ମୋ ଠାରୁ ଅଧିକ,ପାଇଲି ତାଙ୍କ ଭୋଜନ ଥାଳିରେ।


ଶାରୀରିକ ସୁଖ ଦେବା ପାଇଁ,

ସାଜିଲି ଖେଳନା ବିଛଣାରେ।


ଜଳିଗଲା ସବୁ ସ୍ବପ୍ନ ମୋର,

ଚୁଲୀର ଗରମ ନିଆଁ ଧାସରେ।


କାରାବଦ୍ଧ ହେଲା ମୋର ସମସ୍ତ ଇଛା,ତାୱା କୁ ଜାବୁଡ଼ି ଧରୁଥିବା ଚିମୁଟା ରେ।


ନରମ ହୃଦୟ ଟା ମୋର,

ହେଲା ପାଷାଣ, ସାଂସାରିକ ବୋଝ ରେ।


ବୋହୂର ମର୍ଯ୍ୟାଦା ପାଇଲି,

ଅନେକ ତ୍ୟାଗ ଓ ବଳିଦାନ ବଦଳରେ।


ସାଉଁଟି ସାଉଁଟି କଟିଲା ଏ ଜୀବନ......

ପତି,ପିଲାଙ୍କ ମଇଳା କପଡ଼ାରେ,

ଚୁଲୀର ନିଆଁ ତାତିରେ,

ରନ୍ଧା ବଢ଼ା ଘର କରଣା ରେ,

ଅଲକ୍ଷଣୀ, ଅସଂସ୍କାରୀ ଉପାଧିରେ,

ପତିଙ୍କ ଛଡ଼ା ଅଇଁଠା ଭୋଜନ ରେ,

ଗାଳି, ଭୟ, କଟକଣା ଓ ଯାତନାରେ ।


ଥକି ଯାଇଛି ଏ ଶରୀରଟା ଆଜି,

ସଭିଁଙ୍କ ଇଚ୍ଛା ଓ ଆବଶ୍ୟକତା ପୂର୍ତ୍ତି କରିବାରେ।


ଆଜି କଣ୍ଠ ମୋର ବାଷ୍ପ ରୁଦ୍ଧ,

ଚୁଲୀରୁ ବାହାରୁଥିବା ଧୁଆଁରେ।


ଆଖିରୁ ଝରିପଢ଼େ କିଛି ବୁନ୍ଦା ଲୁହ,

କେବେ କେବେ ଅନ୍ଧକାର ନିଛାଟିଆ ରାତିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy