STORYMIRROR

ସୁବ୍ରତ ରଥ

Tragedy

4  

ସୁବ୍ରତ ରଥ

Tragedy

ଅସଫଳ ପ୍ରେମିକ

ଅସଫଳ ପ୍ରେମିକ

1 min
209


ଆଉ ତୋ ଗଳି ରେ ପ୍ରିୟା 

ପାଦ କେବେ ରଖିବି ନାହିଁ

ଯାଉଛି ଛାଡ଼ି ମୁଁ ତୋତେ

ମୋତେ ଆଉ ପାଇବୁ ନାହିଁ।


ତୋ ଦୁନିଆଁ ତୋ ସଂସାର

ଛାଡ଼ି ମୁଁ ଯାଉଛି ପ୍ରିୟା

ଯେତେ ଖୋଜିଲେ ବି କେବେ

ମୋତେ ଆଉ ପାଇବୁ ନାହିଁ।


ତୋ ଭଲ ପାଇବାରେ 

ଥିଲା କେତେ ଛଳନା

ତୋ ଭାବନା ରେ କେବେ

ମୋତେ ଆଉ ପାଇବୁ ନାହିଁ।


ନିଜ ହାତେ ଭାଙ୍ଗିଦେଲୁ

ମୋ ପ୍ରେମର ବାଲିଘର

ତୋ ସପନରେ କେବେ

ମୋତେ ଆଉ ପାଇବୁ ନାହିଁ।


ତୋ ରଙ୍ଗୀନ ଦୁନିଆଁ ରୁ

ନେଉଛି ଆଜି ମୁଁ ବିଦା

ତୁ ଚାହିଁଲେ ବି କେବେ

ମୋତେ ଆଉ ପାଇବୁ ନାହିଁ।


ଖେଳନା ପରି ଖେଲିଲୁ

ମୋ ଭାବନା କୁ ନେଇ

ମୁଁ ଏକ ଅସଫଳ ପ୍ରେମିକ

ମୋତେ ଆଉ ପାଇବୁ ନାହିଁ।


ଯାଉଛି ମୁଁ ତୋ ଜୀବନ ରୁ

କେବେ ଆଉ ଫେରିବି ନାହିଁ

ରକ୍ତାକ୍ତ ହୃଦୟ କହୁଛି ଆଜି

କେବେ ମୋତେ ଆଉ ପାଇବୁ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy