STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ସେଇ ଚିଠି

ସେଇ ଚିଠି

1 min
184


କହିଦିଅ ପ୍ରିୟା ମୋ ପାଇଁ ଆଜି

ତୁମ ହୃଦୟ ରେ ପ୍ରେମ ଅଛି କି ନାହିଁ ?


ମୋତେ ତୁମ ମନ ଆଜି

ଖୋଜୁଛି କି ନାହିଁ ?

ମୋ ପାଇଁ ତୁମ ହୃଦୟ ଆଜି

କାନ୍ଦୁଛି କି ନାହିଁ ?


ତୁମର ସେଇ ପ୍ରଥମ ଚିଠି

ହୃଦୟେ ମୁଁ ରଖିଛି ସାଇତି।

ତୁମ ବାସନା ଭରା ସେଇ ଚିଠିକୁ

ମୁଁ ଭସାଇବି କେମିତି,

ତୁମ ପ୍ରୀତି ଭରା ସେଇ ଚିଠିକୁ

ମୁଁ ଜଳେଇବି କେମିତି,

ତୁମ ହାତ ଲେଖା ସେଇ ଚିଠିକୁ

ମୁଁ ଚିରିବି କେମିତି,

ଭୁଲ୍ ବୁଝି କରିଦେଲ ମୋତେ ପର

ଚାହୁଁଛି ଚାହୁଁଥିବି ତୁମକୁ ମୁଁ ନିରନ୍ତର।


କହିଦିଅ ପ୍ରିୟା ମୋ ପାଇଁ ଆଜି

ତୁମ ହୃଦୟ ରେ ପ୍ରେମ ଅଛି କି ନାହିଁ ?


ପ୍ରେମର ପ୍ରଥମ ଚିଠି ଲେଖିବାରେ

ସମୟ ତ ଲାଗେ,

ଶରୀର ନୁହେଁ ଚାହିଁଥିଲି

ଜାଗା ତୁମ ହୃଦୟ ରେ,

ଏତେ ଦୂର ଯିବାରେ

ସମୟ ତ ଲାଗେ,

ନବଜାତ ଶିଶୁଟିକୁ ଚାଲିବାରେ

ସମୟ ତ ଲାଗେ,

ପକ୍ଷୀ ଶାବକକୁ ଉଡ଼ିବାରେ

ସମୟ ତ ଲାଗେ,

ପ୍ରେମର ପ୍ରଥମ ଚିଠି ଲେଖିବାରେ

ସମୟ ତ ଲାଗେ।


ତୁମ ହୃଦୟର ସ୍ପନ୍ଦନ ଆଜି

ମୋ ଗୀତ ଗାଉଛି କି ନାହିଁ?

ମୋ ପରି ତୁମ ମନ ଟା ଆଜି

ଉଦାସ ଅଛି କି ନାହିଁ?


କହିଦିଅ ପ୍ରିୟା ମୋ ପାଇଁ ଆଜି

ତୁମ ହୃଦୟରେ ପ୍ରେମ ଅଛି କି ନାହିଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy